ମୁମ୍ବାଇ: ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରାଯାଉଥିଲେ ମଧ୍ୟ ବାସ୍ତବରେ ସେପରି ଦେଖାଯାଉ ନାହିଁ । ତତ୍କାଳୀନ ସିନ୍ଦେ ସରକାରଙ୍କ ଦ୍ବାରା କରାଯାଇଥିବା ୯ ଶହ କୋଟି ଏକ ପ୍ରୋଜେକ୍ଟର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।
ନିକଟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟର ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ତାଙ୍କ ଅନୁପସ୍ଥିତି ଅନେକ କଳ୍ପନାଜଳ୍ପନାକୁ ସୃଷ୍ଟି କରିଛି । ସେପଟେ ମହାରାଷ୍ଟ୍ରର ଗୃହ ବିଭାଗ ଶାସକ ମେଣ୍ଟରେ ସାମିଲ ୨୦ ଜଣ ଶିବସେନା ବିଧାୟକଙ୍କ ସୁରକ୍ଷା ହ୍ରାସ କରିଛି ।
ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସହିତ ଜଡିତ ବୋଲି ଦେଖାଯାଉଥିଲା । ଯେଉଁ ବିଧାୟକମାନଙ୍କର ସୁରକ୍ଷା ହ୍ରାସ କରାଯାଇଥିଲା, ସେମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ବିଧାୟକ ଶିବସେନାର । ମହାୟୁତି ମେଣ୍ଟରେ ଶୀତଳ ଯୁଦ୍ଧର କଳ୍ପନାଜଳ୍ପନା ଜୋର ଧରିବା ପରେ, ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଏକ ବୟାନ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ତାଙ୍କ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ମତଭେଦ ଥିବା ଗୁଜବକୁ ଖାରଜ କରି ସେମାନଙ୍କ ସମ୍ପର୍କକୁ ‘ଥଣ୍ଡା ଥଣ୍ଡା, କୁଲ କୁଲ’ ବୋଲି ବର୍ଣ୍ଣନା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/22/JokZVA8JCQvRj6o5vIZt.jpg)