ବିଜେପି-ଏନସିପି ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସ୍ଥିର ସରକାର ଦେବେ : ଅଜିତ ପାଓ୍ଵାର

ମୁମ୍ବାଇ : ଏନସିପିର ବିଦ୍ରୋହୀ ନେତା ଅଜିତ ପାଓ୍ଵାର ଆଜି ମୁମ୍ବଇର ଚର୍ଚ୍ଚଗେଟସ୍ଥିତ ବାସଭବନକୁ ଫେରିଆସିଛନ୍ତି । ସେ ମଧ୍ୟ ଟ୍ଵିଟରରେ କେତେକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ ମୁଁ ଏବେ ବି ଏନସିପିରେ ଅଛି ଓ ଶରଦ ସାହେବ ମୋର ନେତା । ବିଜେପି-ଏନସିପି ମେଣ୍ଟ ମହାରାଷ୍ଟ୍ରରେ ଆସନ୍ତା ୫ ବର୍ଷ ପାଇଁ ଏକ ସ୍ଥାୟୀ ସରକାର ଦେବ ଓ ରାଜ୍ୟ ଓ ଲୋକମାନଙ୍କ ମଙ୍ଗଳ ପାଇଁ କାମ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ “ବ୍ୟସ୍ତ ହେବାର କିଛି ନାହିଁ, ସବୁଠିକ ଅଛି । ତେବେ ଟିକିଏ ଧୈର୍ଯ୍ୟ ଧର । ଆପଣମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ।”

 

ସୂଚନାଯୋଗ୍ୟ ଯେ ଶନିବାରଦିନ ଏକ ଅପ୍ରତ୍ୟାର୍ଶିତ ଘଟଣାକ୍ରମେ ସକାଳ ୫ଟା ୪୫ ମନିଟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀସ ଶପଥ ଗ୍ରହଣ କରିଥିଲେ । ଏହା ସହିତ ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ । ଏହା ବିରୋଧରେ ଏନସିପି, ଶିବସେନା ଓ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା କାଲି ସାଢେ ୧୧ଟାରେ ଏହାର ଶୁଣାଣି ହେବ ।

 

 

ସମ୍ବନ୍ଧିତ ଖବର