ନୂଆଦିଲ୍ଲୀ: ଭାରତର ଶୀର୍ଷ ଖାଦ୍ୟ ନିୟନ୍ତ୍ରକ ଏଫ୍ଏସ୍ଏସ୍ଆଇଏ ଗାଡ଼ି ଚଳାଉଥିବା ସମୟରେ ମଦ୍ୟପାନ ନକରିବା ପାଇଁ ସଚେତନାତା ସୃଷ୍ଟି କରୁଛନ୍ତି। ଏଥିପାଇଁ ପ୍ରତ୍ୟେକଟି ମଦବୋତଲରେ ଏନେଇ ଏକ ବାର୍ତ୍ତା ରହିବାକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଯାଞ୍ଚ କରିବା ପାଇଁ ଭାରତର ଖାଦ୍ୟ ଓ ନିରାପତା ସୁରକ୍ଷା ମାନକ ନିର୍ଦ୍ଧାରକଙ୍କୁ ଆଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2017/12/liquor_1512630236_725x725-300x150.jpg)
ଏଫଏସ୍ଏସ୍ଏଆଇ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ପବନ ଅଗ୍ରଓ୍ଵାଲ କହିଛନ୍ତି, ଏହି ନିୟମ ଅନ୍ୟର ଦେଶର ମଦ ନିର୍ମାତା କମ୍ପାନିଙ୍କ ପାଇଁ ଅନିବାର୍ଯ୍ୟ ନୁହେଁ। ସେ ଏହି ବାର୍ତ୍ତା କିପରି ଦେବେ ତାହା ତାଙ୍କର ଖାଦ୍ୟ ନିୟନ୍ତ୍ରକଙ୍କ ଉପରେ ନ୍ୟସ୍ତ ରହିଛି। ଏହି ନିୟମ ସରକାରଙ୍କ ଦ୍ୱାରା ଆବେଦନ ହେଲା ପରେ ଯାଇ ଆମେ ଗାଡ଼ି ଚଳାଉଥିବା ସମୟରେ ଚାଳକଙ୍କୁ ମଦ୍ୟପାନରୁ ନିବୃତ୍ତ ରହିବାର ବାର୍ତ୍ତାକୁ ମଦ ବୋତଲ ଉପରେ ଦେବାର ଘୋଷଣା କରିଛୁ।
ଏଫଏସ୍ଏଏସଏଆଇ ଅଧିକାରୀଙ୍କ କହିବାନୁସାରେ, ବିଭିନ୍ନ ମଦ କମ୍ପାନି ଓ ସିଭିଲ୍ ସୋସାଇଟି ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଗାଡ଼ି ଚଳାଇବା ସମୟରେ ମଦ ପିଇବା ବିପଦ ବୋଲି ବାର୍ତ୍ତା ମଦ ବୋତଲରେ ରଖିବା ପାଇଁ ନିର୍ଣ୍ଣୟ କରାଯାଇଛି। ଏହି ବୈଠକରେ ଏଥିପାଇଁ ୬ଟି ଡିଜାଇନ୍ର ପ୍ରଦର୍ଶନ କରାଯାଇଥିଲା। ଏନ୍ଜିଓ ସିଏଡିଡି ଦ୍ୱାରା ଚାରିଟି ଡିଜାଇନ୍ ଓ ମଦ୍ୟ କମ୍ପାନି ଦ୍ୱାରା ଦୁଇଟି ଡିଜାଇନର ପ୍ରସ୍ତାବ ରଖାଯାଇଥିଲା। ତେବେ ଅନ୍ୟ କେତେକ ମଦ କମ୍ପାନି ଏଭଳି ନିୟମରେ ସନ୍ତୁଷ୍ଟ ନଥିବା କଥା କହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/drunken_drive_1512630269_725x725.jpg)