ଗୌହାଟୀ : କର୍ଣ୍ଣାଟକ ଗସ୍ତରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଶର୍ମା କହିଛନ୍ତି, ଆସାମରେ ସମସ୍ତ ମଦ୍ରାସା ବନ୍ଦ ହେବ । ନୂଆ ଭାରତରେ ମଦ୍ରାସାର କୌଣସି ଆବଶ୍ୟକତା ନାହିଁ । ଗୁରୁବାର ରାତିରେ ବେଲଗଭିରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶର୍ମା କହିଥିଲେ ଆସାମରେ ସ୍କୁଲ, କଲେଜ ଏବଂ ୟୁନିଭର୍ସିଟିର ଆବଶ୍ୟକତା ରହିଛି। ଯେଉଁଠାରେ ଡାକ୍ତର, ଇଂଜିନିୟର ଏବଂ ଅନ୍ୟ ବୃତ୍ତିଧାରୀ ବ୍ୟକ୍ତି ରାଜ୍ୟ ଏବଂ ଦେଶର ସେବା କରିବେ। ଆସାମରେ ୬୦୦ ମଦ୍ରାସା ବନ୍ଦ ହୋଇସାରିଛି। ଏନେଇ ତାଙ୍କୁ ନିକଟରେ ଏକ ଟିଭି ଚ୍ୟାନେଲରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ତେବେ ଶର୍ମା କହିଛନ୍ତି, ମୁଁ ୬୦୦ ମଦ୍ରାସା ବନ୍ଦ କରିଛି , କିନ୍ତୁ ମୋ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ସମସ୍ତ ମଦ୍ରାସା ବନ୍ଦ କରିବା। ଶର୍ମା କହିଛନ୍ତି, ଆସାମକୁ ପ୍ରତିଦିନ ବାଂଲାଦେଶ ଲୋକ ଆସୁଛନ୍ତି। ଆମ ସଂସ୍କୃତି ଏବଂ ପରମ୍ପରା ପ୍ରତି ବିପଦ ରହିଛି। ତେଣୁ ଆଗକୁ ଆସାମରେ ସମସ୍ତ ମଦ୍ରାସା ବନ୍ଦ ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp