ଲକ୍ଷଣ ନଥିବା ରୋଗୀଙ୍କୁ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଡିସଚାର୍ଜ କରିବାକୁ ଡାକ୍ତରଖାନାକୁ ନିର୍ଦେଶ ଦେଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଡାକ୍ତରଖାନାମାନଙ୍କରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଶଯ୍ୟାକୁ ନେଇ ବିବାଦ ଦେଖା ଯିବା ପରେ ଏବେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତି ନେଇଛନ୍ତି | ଲକ୍ଷଣ ନଥିବା ରୋଗୀଙ୍କୁ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଡିସଚାର୍ଜ କରିବାକୁ ଡାକ୍ତରଖାନାକୁ ନିର୍ଦେଶ ଦେଇଛନ୍ତି କେଜ୍ରିୱାଲ ସରକାର | ଯେଉଁ ମାନଙ୍କର କରୋନା ଲକ୍ଷଣ ନାହିଁ ବା କରୋନାର ସାମାନ୍ୟ ଲକ୍ଷଣ ରହିଛି ସେମାନଙ୍କୁ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଡିସଚାର୍ଜ କରିବା ପାଇଁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି | ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଅଧିକାରୀଙ୍କ କହିବା ମୁତାବକ, ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ କରୋନା ଲକ୍ଷଣ ନଥିବା ବା କରୋନାର ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ସରକାର ଏଭଳି ନିଷ୍ପତି ନେଇଛନ୍ତି | ପୂର୍ବରୁ ସରକାର ଏବଂ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରି କହିଥିଲା ଯେ, ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ | ସାମାନ୍ୟ ଲକ୍ଷଣ ଥିଲେ ସେମାନେ ଘରୋଇ ସଙ୍ଗରୋଧରେ ରହିପାରିବ | ଯଦି ସେମାନଙ୍କ ଘର ଘରୋଇ ସଙ୍ଗରୋଧ ପାଇଁ ଉପଯୁକ୍ତ ନୁହେଁ ବୋଲି ଜଣା ପଡେ, ତେବେ ସେମାନେ କୋଭିଡ କେୟାର ସେଣ୍ଟରରେ ଯାଇ ମଧ୍ୟ ରହି ପାରିବେ। |

Relaxations will cause Covid spike but we have made adequate ...
The Indian Express

ତେବେ ନିର୍ଦ୍ଦେଶାବଳୀ ଜାରି ହେଵା ପରେ ମଧ୍ୟ ଏହାର ଅବମାନନା କରାଯାଉଥିବା ଖବର ସାମ୍ନାକୁ ଆସିଥିଲା | ବିଭିନ୍ନ ଡାକ୍ତରଖାନାରେ ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ଚାଲୁଥିବା ଜାଣି ଆଜି ଦିଲ୍ଲୀ ସରକାର ଏ ନେଇ କଡା ନିଷ୍ପତି ନେଇଛନ୍ତି | ଏହା ସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ପାଳନ କରିନଥିବାରୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ଏଫ୍ଆଇଆରରେ କୁହାଯାଇଛି ଯେ, ଡାକ୍ତରଖାନାଗୁଡ଼ିକ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ କେବଳ ଆରଟିପିସିଆର ଆପ୍ ମାଧ୍ୟମରେ ନମୁନା ସଂଗ୍ରହ କରିବା ବାଧ୍ୟତାମୂଳକ ଅଟେ। ସାର୍ ଗଙ୍ଗାରାମ ନମୁନା ସଂଗ୍ରହ ପାଇଁ ଆରଟିପିସିଆର ଆପ୍ ବ୍ୟବହାର କରିନଥିଲା ।

ସମ୍ବନ୍ଧିତ ଖବର