ଗାନ୍ଧୀନଗର: ଗୁଜରାଟରେ ବଡ଼ ଧରଣର ରାଜନୈତିକ ହଲଚଲ୍ । ଇସ୍ତଫା ଦେଇଦେଲେ ସବୁ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ବାକି ସମସ୍ତ ମନ୍ତ୍ରୀ ଦେଇଦେଲେ ଇସ୍ତଫା । କାଲି ଗୁଜରାଟରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାର ଅଛି । ଦିନ ୧୧ଟାରେ ମନ୍ତ୍ରୀମାନେ ଶପଥ ନେବା ନେଇ ସୂଚନା ରହିଛି ।
ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯିବା ପରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତାମାନେ ମନ୍ତ୍ରୀମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଏହା ପରେ, ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଥିଲେ ।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ଦାଖଲ କରିବେ । ଏହି ପଦକ୍ଷେପ ରାଜ୍ୟରେ ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରର ଏକ ଅଂଶ ବୋଲି ବିଶ୍ୱାସ କରାଯାଉଛି । ତଥାପି, ଏହି ଘଟଣା ଉପରେ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/16/all-ministers-resigned-in-gujarat-2025-10-16-18-53-23.jpg)