ଉତ୍ତର ପ୍ରଦେଶରେ ଭାଜପାର ନୂଆ ରଣନୀତି , ସବୁମନ୍ତ୍ରୀଙ୍କୁ ଲୋକସଭା ନିର୍ବାଚନ ଦାୟିତ୍ୱ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନକୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରିଛି। ଉତ୍ତର ପ୍ରଦେଶର ଦଳ ପ୍ରଭାରୀ ଓ କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଲୋକସଭା ନିର୍ବାଚନ ପରିଚାଳନାର ଦାୟିତ୍ୱ ଦେଇଛନ୍ତି। ଏଥର କେବଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଡ଼ ଦିନେଶ ଶର୍ମା ବା ପ୍ରଦେଶ ଅଧ୍ୟକ୍ଷ ଡ ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ଏହି ଦାୟିତ୍ୱ ଦିଆଯାଇନାହିଁ। ମନ୍ତ୍ରୀମାନଙ୍କୁ ନିଜ ଦିଲ୍ଲୀ ଓ ପାଖ ଜିଲ୍ଲାର ନିର୍ବାଚନ ଦାୟିତ୍ୱ ଅର୍ପଣ କରିଛି ଭାଜପା।

ଏହି କ୍ରମରେ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହାଙ୍କୁ ଗୋରଖପୁର ଓ କାଂସଗାଁଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ନାଥ ସିଂହଙ୍କୁ ଜୌନପୁର, ଭଦୋହୀ, ମୌଳିକ ଶିକ୍ଷା ମନ୍ତ୍ରୀ ଅନୁପମା ଜାୟସଓ୍ଵାଲ୍ କେଶରଗଂଜ,ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ କୁଶୀନଗରଏବଂ ମହାରାଜଗଂଜ,ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଖାନ୍ନାଙ୍କୁ ବରେଲୀ ଓ ପୋଲିଭିତ୍‌ ,ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମାଙ୍କୁ ଆଗ୍ରା ଓ ଫତେହପୁର ସିକ୍ରି ଳୋକସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯାଇଛି। ଠିକ୍‌ ସେହିପରି ପର୍ଯ୍ୟଟନ ମନ୍ତ୍ରୀ ରୀତା ବହୁଗୁଣା ଯୋଶୀଙ୍କୁ ସୀତାପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର