ଜୁଲାଇ ୬ରୁ ଖୋଲିବ ତାଜମହଲ ଏବଂ ଲାଲକିଲ୍ଲା ସମେତ ଦେଶବ୍ୟାପି ବହୁ ଐତିହ୍ୟସ୍ଥଳୀ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଭାରତକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଦେଶକୁ ଲକଡାଉନ କରିଥିଲେ ସରକାର । ଏବେ ଧୀରେ ଧୀରେ ସରକାର ନିୟମ କୋହଳ କରିବା ସହ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ଅନଲକ-୧ ପରେ ଏବେ ଦେଶରେ ଅନଲକ-୨ ଆରମ୍ଭ ହୋଇଛି । ଅନଲକ-୨ରେ ଆସନ୍ତା ଜୁଲାଇ ୬ରୁ ବିଶ୍ୱ ପ୍ରସିଦ୍ଧ ତାଜମହଲ ଏବଂ ଦିଲ୍ଲୀର ଲାଲ କିଲ୍ଲା ସମେତ ସମସ୍ତ ସ୍ମାରକୀ ଜନସାଧାରଣଙ୍କ ପାଇଁ ଖୋଲିବ ବୋଲି ଜଣାପଡ଼ିଛି ।

ମାର୍ଚ୍ଚ ୧୭ରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ୩,୪୦୦ରୁ ଅଧିକ ସ୍ମାରକୀ ବନ୍ଦ କରାଯାଇଥିଲା। ଅନଲକ-୧ରେ ୮୨୦ଟି ଧାର୍ମିକ ସ୍ଥାନ ପୁନଃ ଖୋଲା ଯାଇଥିବା ବେଳେ ଏବେ ବାକି ଥିବା ସ୍ମାରକୀକୁ ଖୋଲାଯିବ ବୋଲି ଜଣା ପଡ଼ିଛି । ତେବେ ସ୍ମାରକୀଗୁଡ଼ିକ ଥିବା ରାଜ୍ୟର ସରକାର କରୋନାଭାଇରସ୍ ପରିସ୍ଥିତିକୁ ଭିତ୍ତି କରି ଏହାକୁ ବନ୍ଦ ରଖାଯିବ କି ନାହିଁ ତାହା ସ୍ଥିର କରିବାକୁ ରାଜ୍ୟମାନେ ମୁକ୍ତ ଅଟନ୍ତି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଟ୍ୱିଟରରେ ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।

ଶ୍ରୀ ପଟେଲ ଟୁଇଟ୍ କରି କହିଛନ୍ତି, “ସାଞ୍ଚି (ମଧ୍ୟପ୍ରଦେଶ), ପୁରୁଣା କିଲା (ଦିଲ୍ଲୀ), ଖଜୁରାହୋ (ବିଶ୍ବ ଐତିହ୍ୟ ସ୍ମାରକୀ) ଭଳି ଐତିହ୍ୟସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ହୋଇଛି । ମୁଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସହ ଆଲୋଚନା କରି ଜୁଲାଇ ୬ ତାରିଖରୁ ସମସ୍ତ ସ୍ମାରକୀ ସତର୍କତାର ସହ ଖୋଲିଯାଇପାରିବ ବୋଲି ନିଷ୍ପତ୍ତି ନେଇଛି ।”

ସମ୍ବନ୍ଧିତ ଖବର