ଆଫଗାନ୍‌ ସ୍ଥିତି ନେଇ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନ ସ୍ଥିତି ସଂକ୍ରାନ୍ତ‌ରେ ଆଲୋଚନା ପାଇଁ କେନ୍ଦ୍ର ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ସଂସଦ ଭବନରେ ଅନୁଷ୍ଠିତ ଏହି ବୈଠକରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ବିରୋଧୀ ଦଳ ନେତାମାନଙ୍କୁ ଆଫଗାନ୍‌ ସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ଭାବେ ଅବଗତ କରିଛନ୍ତି। ଜୟଶଙ୍କର କହିଛନ୍ତି, ଆଫଗାନ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି।

ଭାରତର ଏକମାତ୍ର ପ୍ରାଥମିକତା ହେଉଛି ଅଧିକରୁ ଅଧିକ ଲୋକଙ୍କୁ ଆଫଗାନରୁ ସୁରକ୍ଷିତ ଖାଲି କରିବା। ଏହି ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ପ୍ରୟାସ ଚାଲିଛି ବୋଲି ଜୟଶଙ୍କର କହିଛନ୍ତି। କଂଗ୍ରେସ ଏବଂ ଟିଏମ୍‌ସି ସମେତ ୩୧ ବିରୋଧୀ ଦଳ ନେତାଙ୍କୁ ସରକାର ଆଜି ଆଫଗାନ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ଆଫଗାନିସ୍ତାନରୁ ୧୫ ହଜାରରୁ ଅଧିକ ଲୋକ ଆସିବାପାଇଁ ସହଯୋଗ ଚାହିଛନ୍ତି। ଭାରତ ସରକାର ଏ ବାବଦରେ ଏକ ଇ-ଭିସା ନୀତି ଆରମ୍ଭ କରିଛନ୍ତି ଏବଂ ନାଗରିକଙ୍କୁ ଉଦ୍ଧାର ପାଇଁ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର