ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ଆଇଏମ୍ଏ (ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍) ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କର ଟିକାକରଣ ପାଇଁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛି। ଦେଶରେ ଦୈନିକ ସଂକ୍ରମଣ ଲଗାତାର ୩ ଦିନ ଧରି ୯୦ ହଜାରରୁ ଅଧିକ ରହିଛି। ଏଥିସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୨୬,୮୬,୦୪୯କୁ ବୃଦ୍ଧି ପାଇଛି। ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେଣୁ ଆଇଏମ୍ଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖକୁ ଏକ ଚିଠି ଲେଖି ଟିକାକରଣ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନ୍ବିତ କରିବାପାଇଁ କହିଛି।
ବର୍ତ୍ତମାନ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। କିନ୍ତୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କର ଟିକାକରଣ କରିବାପାଇଁ ଆଇଏମ୍ଏ ଅନୁରୋଧ କରିଛି। ସେହିପରି ସମସ୍ତଙ୍କ ପାଇଁ ସେମାନଙ୍କ ଘର ନିକଟରେ ଏବଂ ମାଗଣାରେ ଟିକା ଉପଲବ୍ଧ କରାଇବା ଉଚିତ ବୋଲି କୁହାଯାଇଛି।। ସ୍ଥିତି ବିଗିଡ଼ି ଯାଉଥିବାରୁ ତୁରନ୍ତ ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ ବୋଲି ଆଇଏମ୍ଏ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/vaccine-8-750x430-1.jpg)