ଉଭୟ ଆମିଷ ଓ ନିରାମିଷ ଅର୍ଡର ନେଇ ଯାଉଥିବା ଜୋମାଟୋର ଡେଲିଭରି ଏଜେଣ୍ଟ୍‌ ପିନ୍ଧିବେ ନାଲି ରଂଗର ପୋଷାକ

ନୂଆଦିଲ୍ଳୀ: ଜୋମାଟୋ ଡେଲିଭରି ଏଜେଣ୍ଟ୍‌ଙ୍କ ଡ୍ରେସ୍‌କୋଡକୁ ନେଇ ସ୍ପଟୋକ୍ତି ଦେଇଛନ୍ତି ସିଇଓ ଦୀପିନ୍ଦର ଗୋୟଲ। ସେ ବୁଧବାର ଦିନ କହିଛନ୍ତି କି ଏହି ଫୁଡ୍‌ ଡେଲିଭରିଂ ସଂସ୍ଥାର ଡେଲିଭରି ଏଜେଣ୍ଟ୍‌ମାନେ ଉଭୟ ରେଗୁଲାର୍‌ ଓ ନିରାମିଷ ଖାଦ୍ୟ ଡେଲିଭରି ବେଳେ ନାଲି ରଂଗର ପୋଷାକ ପିନ୍ଧିବେ। ପୂର୍ବରୁ ସେ ନିରାମିଷ ଖାଦ୍ୟ ଡେଲିଭରି ପାଇଁ ଯାଉଥିବା ଡେଲିଭରି ଏଜେଣ୍ଟ୍‌ମାନେ ନିଳ ରଂଗର ପୋଷାକ ପିନ୍ଧିବେ ବୋଲି ଏକ ଏକ୍ସ ପୋଷ୍ଟ୍‌କରି ସୋସିଆଲ୍‌ ମିଡିଆରେ ବହୁ ସମାଲୋଚନାର ଶିକାର ହୋଇଛନ୍ତି।

ଏବେ ସେ ନିଶ୍ଚତ କରିଛନ୍ତି ଯେ ଡ୍ରେସକୋଡରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। କେବଳ ଅର୍ଡର ସମରିରେ ନିରାମିଷ ଅର୍ଡର ହୋଇଛି ବୋଲି ଉଲ୍ଲେଖ କରାଯିବ। ‘ପିଓର୍‌ ଭେଜ୍‌ ଫ୍ଲିଟ୍‌’ ପ୍ରସଂଗକୁ ନେଇ ବିବାଦ ଉପୁଜିବା ପରେ ସିଇଓ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।

ସିଇଓ ଦୀପିନ୍ଦର ଗୋୟଲ ମଙ୍ଗଳବାର ରାତିରେ ପୃଥକ ଡ୍ରେସ୍‌କୋର୍ଡକୁ ନେଇ ଚିନ୍ତା କରିଥିବା କଥାଟିକୁ ଏକ୍ସରେ ପୋଷ୍ଟ୍‌ କରିଥିଲେ। ମାତ୍ର ଅନେକ ବ୍ୟବହାରକାରୀ ଏହାକୁ ବିରୋଧ କରିଥିଲେ। ଯାହାପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।

 

ସମ୍ବନ୍ଧିତ ଖବର