ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଭାରତକୁ ସମସ୍ତ ଏସ୍-୪୦୦ ଏୟାର୍ ଡିଫେନ୍ସ୍ ମିସାଇଲ୍ ପ୍ରଦାନ କରାଯିବ ବୋଲି ଶୁକ୍ରବାର ଦିନ ରୁଷ୍ର ଉପ ରାଷ୍ଟ୍ରଦୂତ ରୋମାନ୍ ବାବୁସ୍କିନ୍ କହିଛନ୍ତି।
ସେ କହିଛନ୍ତି: ଭାରତକୁ ଯୋଗାଣ ହେବାକୁ ଥିବ ଏସ୍-୪୦୦ କ୍ଷେପଣାସ୍ତ୍ରର ଉତ୍ପାଦନ ଆରମ୍ଭ ହେଲାଣି।
ଏଠାରେ ସ୍ମରଣ କରାଯାଇପାରେ, ରୁଷ୍-ଭାରତ-ଚୀନ୍ ତ୍ରିପାକ୍ଷିକ ଆଲୋଚନାରେ ଯୋଗ ଦେବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମାର୍ଚ ୨୨ ଓ ୨୩ ତାରିଖରେ ରୁଷ୍ ଗସ୍ତରେ ଯାଉଛନ୍ତି।
/sambad/media/post_attachments/wp-content/uploads/2020/01/EOdrWevUYAEH2Tn-300x156.jpg)
ଏସ୍-୩୦୦ର ଉନ୍ନୀତ ସଂସ୍କରଣ ହେଉଛି ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ବ୍ୟବସ୍ଥା। ପୂର୍ବରୁ ଏହା କେବଳ ରୁଷ୍ର ପ୍ରତିରକ୍ଷା ବଳରେ ସାମିଲ୍ ହୋଇଥିଲା।
ଆଲ୍ମାଜ୍-ଆଣ୍ଟେ୍ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା ୨୦୦୭ରୁ ରୁଷ୍ ସେନାବହିନୀରେ ମୁତୟନ କରାଯାଇଛି।