ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାକୁ କମାଇବାପାଇଁ ସୁପ୍ରିମକୋର୍ଟ ପ୍ରତିଦିନ ୧୦ଟି ଜାମିନ ଆବେଦନ ଏବଂ ବୈାବାହିକ ବିବାଦ ସହ ଜଡ଼ିତ ୧୦ଟି ସ୍ଥାନାନ୍ତର ପିଟିସନ୍ର ଶୁଣାଣି କରିବେ । ଶୀତ ଛୁଟି ପୂର୍ବରୁ ପାରିବାରିକ ବିବାଦ ସଂକ୍ରାନ୍ତ ମାମଲା ଏବଂ ସମସ୍ତ ଜାମିନ ଆବେଦନର ଫଏସଲା କରିବାପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
ସିଜେଆଇ କହିଛନ୍ତି, ଜାମିନ ଆବେଦନକୁ ପ୍ରାଧାନ୍ୟ ଦିଆଯିବ କାରଣ ଏହା ବ୍ୟକ୍ତିଗତ ସ୍ବାଧୀନତା ସହ ସଂପୃକ୍ତ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, କୋର୍ଟରେ ବିବାହ ଏବଂ ପାରିବାରିକ ବିବାଦ ସହ ଜଡ଼ିତ ମୋଟ୍ ୩୦୦୦ ପିଟିସନ୍ ପଡ଼ି ରହିଛି ଏବଂ ଆବେଦନକାରୀ ଏସବୁ ମାମଲା ସ୍ଥାନାନ୍ତର ପାଇଁ ଚାହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଯଦି ପ୍ରତିଟି ଖଣ୍ଡପୀଠ ୧୦ଟି ଟ୍ରାନ୍ସଫର ପିଟିସନ୍ର ଶୁଣାଣି କରିବେ ତେବେ ପ୍ରତିଦିନ ୧୩ଟି ଖଣ୍ଡପୀଠ ମୋଟ୍ ୧୩୦ଟି ଆବେଦନ ଏବଂ ସପ୍ତାହକରେ ୬୫୦ ଆବେଦନର ଶୁଣାଣି କରିବେ। ତେଣୁ ୫ ସପ୍ତାହ ବେଳକୁ ତଥା ଶୀତ ଛୁଟି ପୂର୍ବରୁ ସବୁ ଟ୍ରାନ୍ସଫର ପିଟିସନ୍ ଶେଷ ହୋଇଯାଇଥିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Supreme_Court_of_India.jpg)