ନୂଆଦିଲ୍ଲୀ:ଭାରତରେ ଏମିତ ଅନେକ ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନେ ନିଜ ଦେଶରେ ଡାକ୍ତରୀ ପଢ଼ିବା ଲାଗି ଆଗ୍ରହୀ ,ମାତ୍ର ସେମାନଙ୍କୁ ସିଟ୍ ମିଳେ ନାହିଁ। ଏଣୁ ସେମାନେ ବିଦେଶରେ ପଢ଼ିଥାନ୍ତି।ଏମାନଙ୍କ ସଂଖ୍ୟା କିଛି କମ୍ ନୁହେଁ। ତେବେ ଏଭଳି ଏମବିବିଏସ ଅଥବା ଏହାର ସମକକ୍ଷ ଡିଗ୍ରି ନେଇ ସ୍ୱଦେଶ ଫେରନ୍ତା ଛାତ୍ରଛାତ୍ରୀମାନଙ୍କ ସଂପର୍କରେ ଏମସିଏଆଇ (ମେଡିକାଲ କାଉନସିଲ ଅଫ ଇଣ୍ଡିଆ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି।

Advertisment

Image result for MCI Image Source-Mciindia.org

ତାହା ହେଲା ଯେ ଏମସିଏଆଇର ସ୍କ୍ରିନିଂ ଟେଷ୍ଟରେ କମ ସଂଖ୍ୟାରେ ପାସ କରିପାରୁଛନ୍ତି ବିଦେଶରେ ପଢ଼ିଥିବା ଡାକ୍ତରୀ ଛାତ୍ରଛାତ୍ରୀ । ହାରାହାରି ୧୫-୨୦ ପ୍ରତିଶତ ଛାତ୍ର ପ୍ରଥମ ଉଦ୍ୟମରେ ଏହି ପରୀକ୍ଷା ପାସ କରିପାରୁଛନ୍ତି । ଏକ ବିଶ୍ଲେଷଣୁ ଜଣାପଡ଼ିଛି ଯେ, ପାଖାପାଖି ଶତାଧିକ ମେଡିକାଲ ବିଶ୍ୱବିଦ୍ୟାଳୟ ଏବଂ କଲେଜରୁ ଏଭଳି ଡିଗ୍ରି ନେଇ ସ୍ୱଦେଶ ଫେରିଥିବା ଜଣେ ବି ଛାତ୍ର ଏହି ପରୀକ୍ଷାରେ ପାସ କରିପାରି ନାହାନ୍ତି । ଏହା କେବଳ ଗୋଟିଏ ବର୍ଷର କଥା ନୁହେଁ, ବରଂ ଗତ ୨୦୧୫ରୁ ୨୦୧୮ ଯାଏଁ ଏଭଳି ଘଟିଥିବା ଜଣାଯାଇଛି।