ଏହି ଫଟୋକୁ ଦେଖନ୍ତୁ, ଏଥିରେ ଥିବା ସବୁ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିଛି ଭାରତୀୟ ସେନା

ଶ୍ରୀନଗର : ଏହି ଫଟୋ ଚିତ୍ରକୁ ଦେଖନ୍ତୁ । ୨୦୧୫ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋଟି କାଶ୍ମୀର ଆତଙ୍କବାଦର ନୂଆ ଚେହେରା ମାନଙ୍କୁ ସାମନାକୁ ଆଣିଥିଲା । ଏହି ଫଟୋଟି ସେୟାର କରିଥିଲା କୁଖ୍ୟାତ ଅତଙ୍କବାଦୀ ବୁରହାନ ଓ୍ଵାନି । ଏହି ଫଟୋର ବିଶେଷତ୍ୱ ହେଉଛି ପୂର୍ବରୁ ଆତଙ୍କବାଦୀ ହୋଇଥିବା କାଶ୍ମୀରର ଯୁବକମାନେ ମୁହଁ ଲୁଚାଇ ଫଟୋ ପ୍ରକାଶ କରୁଥିବାବେଳେ ଏଥରକ ନିଜର ସଂପୂର୍ଣ୍ଣ ଚେହେରାକୁ ଦେଖାଇଥିଲେ । ଫଟୋରେ ବୁରହାନ ଓ୍ଵାନି ସମେତ ତାହାର ସମସ୍ତ ସହଯୋଗୀ ଥିଲେ । ଏସବୁ ଆତଙ୍କବାଦୀଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ ଓ ପ୍ରାୟ ସମସ୍ତେ ଉଚ୍ଚ ଶିକ୍ଷିତ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କରେ ଜାଣିଛନ୍ତି ।

କିନ୍ତୁ ଏହି ଫଟୋ ହିଁ ସେମାନଙ୍କର କାଳ ହୋଇଥିଲା । ଜଣକୁ ଛାଡିଦେଲେ ଏହି ଫଟୋରେ ଥିବା ସମସ୍ତ ଆତଙ୍କବାଦୀ ନିହତ ହୋଇସାରିଛନ୍ତି । ଏହି ଫଟୋରେ ଥିବା ସବୁ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିଛି ଭାରତୀୟ ସେନା । ପ୍ରଥମେ ୨୦୧୬ ଜୁନରେ ବୁରହାନ ଓ୍ଵାନି ସେନା ଗୁଳିରେ ନିପାତ ହୋଇଥିଲା । ତାପରେ ସଦ୍ଦାମ ହୁସେନ ପୋଦର, ଆଦିଲ ଖଣ୍ଡେ, ନାସୀର ପଣ୍ଡିତ ଓ ନାସିର ମାଲ୍ଲା, ଆଫାକ ଭଟ, ସବଜର ଭଟ୍‌, ଅନୀସ, ଇସଫାକ ଓ ଓ୍ଵାସିମ ଶାହକୁ ଏନକାଉଣ୍ଟର କରିଛି ଭାରତୀୟ ସେନା । କେବଳ ଜଣେ ଆତଙ୍କବାଦୀ ତାରିକ ପଣ୍ଡିତ ଆତ୍ମସମର୍ପଣ କରିଛି । ଗତ ତିନି ବର୍ଷ ହେଲା କାଶ୍ମୀରରେ ଭାରତୀୟ ସେନା ରକ୍ତମୁଖା ହୋଇପଡିଛି । ଏବର୍ଷ ପ୍ରଥମ ୪ ମାସରେ ପ୍ରାୟ ୫୬ ଜଣ ଆତଙ୍କବାଦୀ ମରା ହୋଇଛନ୍ତି । ୨୦୧୭ରେ ଉପତ୍ୟାକାରେ ଆତଙ୍କବାଦୀ ମୃତ୍ୟୁ ସଂଖ୍ୟା ୨୦୦ ଟପିଥିଲା । ୨୦୧୦ ପରେ ପ୍ରଥମ ଥର ପାଇଁ ଏହି ସଂଖ୍ୟା ୨୦୦ ଟପିଥିଲା । ୨୦୧୦ରେ ମୋଟ ୨୭୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏହା ପରେ ଏହି ସଂଖ୍ୟା କମିଚାଲିଥିଲା । ୨୦୧୬ରେ ୧୬୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ।

ସମ୍ବନ୍ଧିତ ଖବର