ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ‘ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସିଗାରେଟ ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର।
ପ୍ଲାଷ୍ଟିକ ସାମଗ୍ରୀ, ଆମୋନିୟମ ନାଇଟ୍ରେଟ, ପିଭିସି ଫ୍ଲେକ୍ସ ବ୍ୟାନର, ଆମଦାନୀ ହୋଇଥିବା ଟେଲିକମ ଉପକରଣ ଇତ୍ୟାଦିର ସୀମା ଶୁଳ୍କ ବଢ଼ାଯିବ ବୋଲି ଜଣାଇଛନ୍ତି ନିର୍ମଳା ସୀତାରମଣ।
ଏହା ବ୍ୟତୀତ ଯେଉଁସବୁ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ କରାଯାଇଛି ସେଗୁଡ଼ିକ ହେଲା, ସୁନା, ରୂପା, ପ୍ଲାଟିନମ, ମୋବାଇଲ ଫୋନ ଓ ଚାର୍ଜର, ୩ଟି କର୍କଟ ଔଷଧ, ଏକ୍ସରେ ଟ୍ୟୁବ୍, ଫ୍ଲାଟ ପ୍ୟାନେଲ ଡିଟେକ୍ଟର, ୨୫ଟି କ୍ରିଟିକାଲ ମିନେରାଲ, ସୋଲାର ସେଲ ଓ ପ୍ୟାନେଲ, ସାମୁଦ୍ରିକ ଚିଙ୍ଗୁଡ଼ି ଓ ମାଛ, ଚମଡା ଓ ବୟନ ଶିଳ୍ପ ଉତ୍ପାଦ, ଫେରୋ ନିକେଲ, ବ୍ଲିଷ୍ଟର କପର, ଇଲେକ୍ଟ୍ରୋନିକ ସାମଗ୍ରୀ, ସାର, ଟେଲିକମ ଉପକରଣ, କ୍ରୁଜ୍ ଯାତ୍ରା ଇତ୍ୟାଦି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-227.jpg)