ଭାରତର ଏହି ରେଳ ଷ୍ଟେସନରେ ସବୁ କର୍ମଚାରୀ ମହିଳା

ମୁମ୍ବାଇ : ଆପଣ ଜାଣନ୍ତି କି ଭାରତରେ ଏପରି ରେଳ ଷ୍ଟେସନ ଅଛି ଯାହାର ପ୍ରତି କର୍ମଚାରୀ ମହିଳା । ଏହି ଷ୍ଟେସନଟି ହେଉଛି ମୁମ୍ବାଇର ମାତୁଙ୍ଗା ଷ୍ଟେସନ । ଏହି ଷ୍ଟେସନରେ ମୋଟ ୪୧ ଜଣ କର୍ମଚାରୀ ଅଛନ୍ତି ଓ ସମସ୍ତେ ହେଉଛନ୍ତି ମହିଳା । ନିକଟରେ ଏହି ଷ୍ଟେସନ ରେକର୍ଡ ବୁକରେ ସ୍ଥାନ ପାଇଛି ।

ମହିଳା କର୍ମଚାରୀଙ୍କୁ ସଶକ୍ତୀକରଣ କରିବା ଦିଗରେ ଭାରତୀୟ ରେଳବାଇର ଉଦ୍ୟମ ଯୋଗୁ ସେଣ୍ଟ୍ରାଲ ରେଲୱେ ମୁମ୍ବାଇ ଡିଭିଜନର ମାତୁଙ୍ଗା ଷ୍ଟେସନ ଲିମକାବୁକ୍ ଅଫ୍ ରେକର୍ଡସ-୨୦୧୮ ରେ ସ୍ଥାନିତ ହୋଇପାରିଛି । ମାତୁଙ୍ଗା ଷ୍ଟେସନ ଦେଶର ପ୍ରଥମ ରେଳଷ୍ଟେସନ ଯେଉଁଠାରେ କି ସମସ୍ତ କର୍ମଚାରୀ ମହିଳା । ଏଠାରେ ୪୧ ଜଣ ମହିଳା କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୭ ଜଣ ବୁକିଂ କ୍ଲର୍କ, ୬ ଜଣ ଆରପିଏଫ୍ ଯବାନ୍, ୮ ଜଣ ଟିକେଟ ଚେକର୍, ୫ ଜଣ ପଏଣ୍ଟ ପର୍ସନ, ୨ ଜଣ ଘୋଷକ ଏବଂ ୨ ଜଣ ସଫେଇ କର୍ମଚାରୀ । ଏମାନେ ଷ୍ଟେସନ ମ୍ୟାନେଜର ଶ୍ରୀମତୀ ମମତା କୁଲକର୍ଣ୍ଣିଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କରୁଛନ୍ତି । ୧୯୯୨ ରେ ମମତା କୁଲକର୍ଣ୍ଣି ପ୍ରଥମ ମହିଳା ଏଏସ୍ଏମ ଭାବେ ସେଣ୍ଟ୍ରାଲ ରେଲୱେର ମୁମ୍ବାଇ ଡିଭିଜନ ଦ୍ୱାରା ନିଯୁକ୍ତ ହୋଇଥିଲେ । ଗତ ୬ ମାସ ଧରି ଏହି ମହିଳା କର୍ମଚାରୀମାନେ ଚବିଶ ଘଣ୍ଟା ଷ୍ଟେସନ ପରିଚାଳନା କରୁଛନ୍ତି ।

ସମ୍ବନ୍ଧିତ ଖବର