ଏଣିକି ରେଳ ଇଞ୍ଜିନ ଯାଞ୍ଚ ଭଳି କଷ୍ଟ କାମ କରିବେ ମହିଳା, ପିୟୁଷ ଗୋଏଲ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ମହିଳା ଶକ୍ତି ଧୀରେ-ଧୀରେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ପ୍ରସ୍ତୁତ ହେଲେଣି। ମହିଳାମାନେ ଏବେ ଏମିତି କିଛି କାମ କରିବାକୁ ଅଣ୍ଟା ଭିଡିଛନ୍ତି ଯାହାକୁ ପୂର୍ବରୁ କେବଳ ପୁରୁଷ ହିଁ କରୁଥିଲେ। ଏହାର ଏକ ଉଦାହରଣ ହେଉଛି, ମହାରାଷ୍ଟ୍ରର କଲ୍ୟାଣ ଗୁଡସ ଗାର୍ଡ ମାଲଗାଡ଼ିର ଯାଞ୍ଚ ପାଇଁ ନିଯୁକ୍ତ କରାଯାଇଥିବା ନୂଆ ମହିଳା ଟିମ ।

ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ନେଇ ଏକ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି କି, , ମହାରାଷ୍ଟ୍ରର କଲ୍ୟାଣ ଗୁଡସ ଗାର୍ଡ ମାଲଗାଡ଼ିର ଯାଞ୍ଚ ପାଇଁ ଏକ ମହିଳା ଟିମ ଗଠନ କରାଯାଇଛି। ଏଯାବତ ରେଳବାଇର ଭାରି କାମ ପାଇଁ ଅଧିକାଂଶ ପୁରୁଷଙ୍କୁ ନିଯୁକ୍ତ ଦିଆଯାଇଥାଏ। ବିଶେଷ ଭାବେ ମାଲଗାଡ଼ି ସହିତ ଜଡିତ ଥିବା କାମ ପାଇଁ ପୁରୁଷ ଟିମକୁ ନିଯୁକ୍ତ କରାଯାଇଥାଏ।

ପିୟୁଷ ଗୋଏଲ ଟୁଇଟରରେ ଲେଖିଛନ୍ତି, ‘ନାରୀ ଶକ୍ତି: , ମହାରାଷ୍ଟ୍ରର କଲ୍ୟାଣ ଗୁଡସ ଗାର୍ଡ ମାଲଗାଡ଼ିର ଯାଞ୍ଚ ପାଇଁ ମହିଳା ଟିମ ଗଠନ କରାଯାଇଛି।’ ଏହି ଟିମକୁ ଅଣ୍ଡର ଗିୟର ଯାଞ୍ଚ, ଏୟର ବ୍ରେକ ଟେଷ୍ଟିଂ, ଅଣ୍ଡର ଫ୍ରେମ, ସାଇଡ ପ୍ୟାନଲ ପାଇଁ ଚୟନ କରାଯାଇଛି।
ରେଳ ମନ୍ତ୍ରୀ ଟୁଇଟ ସହିତ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ମହିଳା ଅପ୍ରେଣ୍ଟିସ ଟ୍ରେନ ତଳେ ପଶି ଯାଞ୍ଚ କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର