ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟାକୁ ଅଦ୍ୟତନ କରିବା ସହ ବର୍ତ୍ତମାନର ସ୍ଥିତିକୁ ଆଣିବା (ଅପଡେଟିଂ) ପାଇଁ ମୋଦୀ-୨ ସରକାରଙ୍କ କ୍ୟାବିନେଟ ଆଜି ଜାତୀୟ ଜନସଂଖ୍ୟା ପଞ୍ଜିକା ବା ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର (ଏନ୍ପିଆର)ଙ୍କୁ ୮,୫୦୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରବା ପରେ ଏନ୍ପିଆରକୁ କେନ୍ଦ୍ର କରି ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିବାକୁ ଆରମ୍ଭ କରିଛି। ବିବାଦୀୟ ହୋଇ ପଡ଼ିଥିବା ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଆଡ଼କୁ ଗୋଟିଏ ପାଦ ବଢ଼ିବା ଉଦ୍ଦେଶ୍ୟରେ ଏନ୍ପିଆର ହେଉଛି କେନ୍ଦ୍ର ସରକାରଙ୍କର ଏକ ଚାଲ୍ ବୋଲି ଦର୍ଶାଇ ଦେଶର ୧୦ଟି ରାଜ୍ୟର ସରକାର କେନ୍ଦ୍ର ସରକାରଙ୍କର ଏହି ପ୍ରସ୍ତାବିତ ଏନ୍ପିଆରକୁ ସେମାନଙ୍କ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ ବୋଲି ଘୋଷଣା କରି ସାରିଲେଣି।
/sambad/media/post_attachments/wp-content/uploads/2019/12/NPR1-300x225.jpg) NDTV
 NDTVଏ ପରିସ୍ଥିତିରେ ଆସନ୍ତୁ ଜାଣିବା, ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର) କ’ଣ?
ଏନ୍ପିଆର୍ ହେଉଛି ଏକ ତାଲିକା, ଯେଉଁଥିରେ ଦେଶର ଯେ କୌଣସି ଅଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ବାସିନ୍ଦାଙ୍କ ସମେତ ସେହି ଅଞ୍ଚଳରେ ବିଗତ ୬ ମାସ କିମ୍ବା ତଦୁର୍ଦ୍ଧ ସମୟ ଧରି ରହୁଥିବା ବା ରହିବାକୁ ଥିବା ବାସିନ୍ଦାମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯିବ। ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ‘ବାୟୋମେଟ୍ରିକ’ ଓ ‘ଡେମୋଗ୍ରାଫିକ୍’ ସଂପର୍କିତ ସମସ୍ତ ତଥ୍ୟ ରଖାଯିବ। ଦେଶର ସମସ୍ତ ରାଜ୍ୟରେ ରହିଥିବା ସମସ୍ତ ଜିଲ୍ଲା ଓ ଉପଜିଲ୍ଲା ସମେତ ସମସ୍ତ ସହର, ଉପ-ସହର ଓ ଗ୍ରାମମାନଙ୍କରେ ଏହି ଏନ୍ପିଆରକୁ କାର୍ଯ୍ୟକାରୀ କରାଯିବ।
ଏନ୍ପିଆରରେ ସାମିଲ ହେବାକୁ କ’ଣ ସବୁ ଆବଶ୍ୟକ ପଡ଼ିବ?
ଜନଗଣନା ଅଧିକାରୀ ଆପଣଙ୍କୁ ଆପଣଙ୍କ ନାମ ସହ ପିତା ମାତାଙ୍କ ନାମ, ଆପଣଙ୍କ ପରିବାର (ସ୍ତ୍ରୀ ଏବଂ ସନ୍ତାନ ସନ୍ତତି), ଜନ୍ମ ତାରିଖ, ଜାତୀୟତା (ଯାହା ପୂର୍ବରୁ ଘୋଷିତ ହୋଇଥିବ), ବର୍ତ୍ତମାନର ଠିକଣା (ଯେଉଁଠି ଅବସ୍ଥାନ କରୁଥିବେ), ସ୍ଥାୟୀ ଠିକଣା, ପେସା, ଶିକ୍ଷାଗତ ଯୋଗ୍ୟତା ଆଦି ସଂପର୍କରେ ପଚାରିବେ। ଆପଣ କେବଳ ଏହାର ଉତ୍ତର ଦେବେ। କୌଣସି ପ୍ରକାରର ପ୍ରମାଣ ପତ୍ର ଦେଖାଇବାର ଆବଶ୍ୟକତା ପଡ଼ିବ ନାହିଁ।
ଜଣେ କପରି ନିଜକୁ ଏନ୍ପିଆରରେ ପଞ୍ଜିକୃତ କରିବେ?
୨୦୨୦ ଅପ୍ରେଲ ୧ ତାରଖ ଠାରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ। ଏହି ସମୟରେ ଅଧିକାରୀ କମ୍ପ୍ୟୁଟର ସହ ଆପଣଙ୍କ ଘରକୁ ଆସି ଆପଣଙ୍କର ସମସ୍ତ ତଥ୍ୟକୁ କମ୍ପ୍ୟୁଟରରେ ଏଣ୍ଟ୍ରି କରାଇବେ। ଆପଣଙ୍କର ‘ବାୟୋମେଟ୍ରିକ’ ଓ ‘ଡେମୋଗ୍ରାଫିକ୍’ ସଂପର୍କିତ ସମସ୍ତ ତଥ୍ୟ ପାଇଁ ଆପଣ ଆପଣଙ୍କର ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବରକୁ ସଂପୃକ୍ତ ଅଧିକାରୀଙ୍କୁ ଦେବାକୁ ପଡ଼ିବ। ଯେଉଁମାନଙ୍କ ନିକଟରେ ଆଧାର ନଥିବ ସେମାନେ ତୁରନ୍ତ ସେଇଠି ଆଧାର ପାଇଁ ଆବେଦନ କରିବା ସହ ଆବେଦନ ନମ୍ବର (ଏନ୍ରୋଲମେଣ୍ଟ ନମ୍ବର) ଅଧିକାରୀଙ୍କୁ ଦେବେ। ଏବଂ ସେହିଠାରୁ ହିଁ ଆପଣଙ୍କର ‘ବାୟୋମେଟ୍ରିକ’ ଓ ‘ଡେମୋଗ୍ରାଫିକ୍’ ସଂପର୍କିତ ସମସ୍ତ ତଥ୍ୟ ସଂଗୃହୀତ ହେବ। ଦେଶରେ ମଧ୍ୟରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ଏନ୍ପିଆରରେ ସାମିଲ ହେବା ବାଧ୍ୟତାମୂଳକ।
/sambad/media/post_attachments/wp-content/uploads/2019/12/NRP-2-300x225.jpg) Economics Times
 Economics Timesକେମିତି ପ୍ରସ୍ତୁତ ହେବ ଏନ୍ପିଆର?
ଜନଗଣନା ଅଧିକାରୀ ତଥ୍ୟସବୁ ସଂଗ୍ରହ କରି ଆଣିବା ପରେ ସେସବୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ଜଣେ ବରିଷ୍ଠ ଅଧିକାରୀ ଯାଞ୍ଚ କରିବେ। ଏନ୍ପିଆର ପାଇଁ ମଧ୍ୟ ନାଗରିକତା ଆଇନକୁ ସ୍ପଷ୍ଟ କରି ଦିଆଯାଇଛି। ଯେଉଁମାନେ ୧୯୮୭ ପୂର୍ବରୁ ଜନ୍ମ ଗ୍ରହଣ କରିଥିବେ ଏବଂ ୧୯୮୭ରୁ ୨୦୦୪ ମଧ୍ୟରେ ଯେଉଁମାନେ ଜନ୍ମ ଗ୍ରହଣ କରିଥିବେ ଏବଂ ଯାହାଙ୍କର ପିତା କି ମାତା କେହି ଜଣେ ହେଲେ ବି ଭାରତୀୟ ହୋଇଥିବେ। ଯେଉଁମାନଙ୍କର ନାଗରିକତା ନେଇ ସନ୍ଦେହ ସୃଷ୍ଟି ହେବ ତାହାକୁ ମଧ୍ୟ ଲିପିବଦ୍ଧ କରିବେ ଯାଞ୍ଚ ଅଧିକାରୀ।
/sambad/media/post_attachments/wp-content/uploads/2019/12/NPR2-300x169.jpg) NDTV
 NDTVଏନ୍ଆରସି ଓ ଏନ୍ପିଆର ମଧ୍ୟରେ ପ୍ରଭେଦ କ’ଣ?
ଏନ୍ପିଆର ପ୍ରମାଣ ପତ୍ର ହେଉଛି ଆପଣ ଭାରତର ଜଣେ ବାସିନ୍ଦା। କିନ୍ତୁ, ଏନ୍ଆରସି ପ୍ରମାଣ ପତ୍ର ହେଉଛି ଆପଣ ଭାରତର ଜଣେ ନାଗରିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/untitled-1-1577179048.jpg)
