ଆହ୍ଲାବାଦ: ଉତ୍ତରପ୍ରଦେଶର ବହରାଇଚରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଆହ୍ଲାବାଦ ହାଇକୋର୍ଟ ୧୫ ଦିନ ପାଇଁ ରହିତାଦେଶ ଜାରି କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଯେଉଁ ୨୩ଟି ଘର କିମ୍ବା ଦୋକାନକୁ ନୋଟିସ୍ ଜାରି କରାଯାଇଛି, ସେମାନଙ୍କୁ ଜବାବ ଦେବାକୁ ୧୫ ଦିନ ସମୟ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୩ରେ ହେବ।
ଅକ୍ଟୋବର ୨୩ରେ ଶୁଣାଣି ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବହରାଇଚ୍ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦ ଏବଂ ଅନ୍ୟ ୨୩ ଜଣଙ୍କ ଘର ଓ ଦୋକାନକୁ ଶନିବାର ପିଡବ୍ଲ୍ୟୁଡି ପକ୍ଷରୁ ନୋଟିସରେ ଚିହ୍ନିତ କରାଯାଇଥିଲା। ସରକାରୀ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଗ୍ରାମ୍ୟ ରାସ୍ତାଠାରୁ ୬୦ ଫୁଟ ଦୂରରେ ହୋଇଥିବା ନିର୍ମାଣ କୁ ହଟାଇବା ପାଇଁ ସେମାନଙ୍କୁ ୩ ଦିନ ସମୟ ଦିଆଯାଇଥିଲା।
ଅନ୍ୟପକ୍ଷରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ଅଟକାଇବାକୁ ସୁପ୍ରିମକୋର୍ଟରେ ବି ଏକ ମାମଲା ଦାୟର କରାଯାଇଛି । ଏହି ପିଟିସନରେ ପିଡବ୍ଲୁଡି ବିଭାଗ ଦ୍ବାରା ଦିଆଯାଇଥିବା ନୋଟିସକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)