ଆଲ୍ଲାବାଦ୍‌: ଉତ୍ତରପ୍ରଦେଶର ଜଣେ ଆଇନ୍‌ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲ୍‌ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସ୍ବାମୀ ଚିିନ୍ମୟାନନ୍ଦଙ୍କୁ ଆହ୍ଲାବାଦ୍‌ ହାଇକୋର୍ଟ ସୋମବାର ଜାମିନ୍‌ ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶର ଶାହାଜାହାନପୁରରେ ଥିବା ଚିନ୍ମୟାନନ୍ଦଙ୍କ ପରିଚାଳନାଧୀନ ଏସ୍‌ଏସ୍‌ ଲ’ କଲେଜ୍‌ ଛାତ୍ରୀ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗତବର୍ଷ  ସେପ୍ଟେମ୍ବରରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ ହୋଇଥିଲେ।

Advertisment

ଛାତ୍ରୀଙ୍କ ଅଭିଯୋଗ ପରେ ଚିନ୍ମୟାନନ୍ଦଙ୍କ ବିରୋଧରେ ଧାରା ୩୭୬ସି, ୩୫୪ଡି, ୩୪୨ ଏବଂ ୫୦୬ ଅଧୀନରେ ମାମଲା ରୁଜ୍ଜୁ କରାଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ  ପରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗ ଆସିବାର ପ୍ରାୟ ମାସେ ପରେ ଚିନ୍ମୟାନନ୍ଦଙ୍କୁ ୨୦୧୯ ମସିହା ସେପ୍ଟେମ୍ବର ୨୦ ତାରିଖରେ ଶାହାଜାହାନପୁରରୁ ଗିରଫ କରାଯାଇଥିଲା।

publive-image Live Law

ଗିରଫ କରାଯିବାର ୫ ଦିନ ପରେ ଭାରତୀୟ ଜନତା ପାର୍ଟି(ବିଜେପି) ଚିନ୍ମୟାନନ୍ଦଙ୍କୁ ଦଳରୁ ବହିଷ୍କାର  କରିଥିଲା। ନଭେମ୍ବର ୬ ତାରିଖରେ ଏସ୍‌ଆଇଟି ଉଭୟ ଚିନ୍ମୟାନନ୍ଦ ଓ ଅଭିଯୋଗକାରିଣୀ ଛାତ୍ରୀଙ୍କ ନାମରେ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା। ଯାହାବି ହେଉ, ଗତବର୍ଷ ଡିସେମ୍ବର ମାସରେ ଆଇନ୍‌ ଛାତ୍ରୀଙ୍କୁ ଜାମିନ୍‌ ମିଳି ଯାଇଥିଲା। ଚିନ୍ମୟାନନ୍ଦଙ୍କୁ ଏଯାବତ୍‌ ଜାମିନ୍‌ ମିଳିନଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟ ୨୩ ତାରିଖ ଦିନ ଛାତ୍ରୀ ଜଣକ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ୍‌ କରିଥିଲେ ଯେ ସନ୍ଥ ସମୁଦାୟର ଜଣେ ବରିଷ୍ଠ ନେତା ତାଙ୍କୁ ହତ୍ୟା ଧମକ ଦେଉଛନ୍ତି। ଅଗଷ୍ଟ ୨୪ ତାରିଖ ଦିନ ସେ ନିଖୋଜ ହୋଇ ଯାଇଥିଲେ। ତା’ପରେ ଛାତ୍ରୀଙ୍କ ବାପା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ।