ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭମେଳାକୁ ଦେଶ ତଥା ଦେଶ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଙ୍ଗମକୁ ସ୍ନାନ କରିବାକୁ ଆସୁଛନ୍ତି। 

Advertisment

ତ୍ରିବେଣୀ ସଂଗମରେ ମୌନି ଅମାବାସ୍ୟରେ ଶାହି ସ୍ନାନ ପାଇଁ ସୃଷ୍ଟି ହୋଇଥିବା ଦଳାଚକଟା ପରିସ୍ଥିତିରେ ଏଯାବତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୯୦ଜଣ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ଗୁରୁତରଙ୍କ ଚିକିତ୍ସା ଜାରି ରଖିଛନ୍ତି।

ଅଧିକପଢ଼ନ୍ତୁ:ନଦୀରେ ଭାସୁଛି ବରଫ, ଥଣ୍ଡା ପାଣିରୁ ମୁସ୍କିଲ ହେଉଛି ଯାତ୍ରୀଙ୍କ ଜୀବନ ବଞ୍ଚାଇବା । ବଢିପାରେ ଆମେରିକା ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା...

ଦଳାଚକଟା ପରିସ୍ଥିତି ସହିତ ଭିଡ଼ ଭିତରେ ଅନେକ ଲୋକ ନିଜନିଜ ସମ୍ପର୍କୀୟଙ୍କ ଠାରୁ ଅଲଗା ହୋଇ ହଜି ଯାଇଛନ୍ତି। ତେଣୁ ମହାକୁମ୍ଭ ମେଳାରେ ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଓ ଗୁରୁତରଙ୍କ ସୂଚନା ପାଇବା ପାଇଁ ସରକାର ଏକ ହେଲପ ଲାଇନ ନମ୍ବର ଜାରି କରିଛି। ଆସନ୍ତୁ ଜାଣିବା ଏହି ହେଲପ ଲାଇନ ନମ୍ବର ସମ୍ପର୍କରେ....

ମେଳା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ହେଲପଲାଇନ ନମ୍ବର ୧୯୨୦ ଜାରି କରାଯାଇଛି। ଏହି ନମ୍ବରରେ ଗୁରୁତରଙ୍କ ସମ୍ପର୍କରେ ସୂଚନା ମିଳି ପାରିବ। ସେହିପରି ପ୍ରୟାଗରାଜ ମେଳା ପ୍ରାଧିକରଣ ୦୫୩୨-୨୫୦୪୦୧୧ ଓ ୦୫୩୨-୨୫୦୦୭୭୫ ନମ୍ବର ଜାରି କରାଯାଇଛି। ଏହା ବ୍ୟତୀତ ମହାକୁମ୍ଭ ହ୍ବାଟସଆପ, ମହାକୁମ୍ଭ ଫାୟର ହେଲପଲାଇନ ଜାରି କରାଯାଇଛି।

ଅଧିକପଢ଼ନ୍ତୁ:ରଣନୀତି ବଦଳାଉଛନ୍ତି ମାଓବାଦୀ: ଯବାନଙ୍କୁ ଟା‌ର୍ଗେଟ କରି ବ୍ୟବହାର କରୁଛନ୍ତି ବୋତଲ ବୋମା


ଏହି ଦୁର୍ଘଟଣା ପରେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି।ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୀମାନ୍ତ ସ୍ଥାନରେ ହୋଲ୍ଡିଂ ଏରିଆ ସ୍ଥାପନ କରିବା ଏବଂ ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ସହିତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।