ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ନିକଟରେ ଉତ୍ତରପ୍ରଦେଶର ଐତିହ୍ୟ ସହର ଆହ୍ଲାବାଦ୍ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଥିବାବେଳେ ଆଜି କେନ୍ଦ୍ର ସରକାର ଏହାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। କୁମ୍ଭମେଳାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଐତିହ୍ୟ ସହର ଆହ୍ଲାବାଦ୍ର ନାମକୁ ପ୍ରୟାଗରାଜରେ ରୂପାନ୍ତରିତ ହେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ୧୦ ଦିନ ପୂର୍ବେ ଏନେଇ ନିଷ୍ପତ୍ତି ହୋଇଥିବା ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ଗୋଟିଏ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପାଖାପାଖି ୨୫ଟି ସହର ଏବଂ ଗ୍ରାମ ଗୁଡ଼ିକର ନାମ ପରିବର୍ତ୍ତନ ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp