ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଉଡ଼ାଣ ପାଇଁ ଅନୁମତି ନମିଳିବାରୁ  ତାଙ୍କ ପ୍ରଚାର କାର୍ଯ୍ୟକ୍ରମରେ ବିଳମ୍ବ ହୋଇଛି ବୋଲି କଂଗ୍ରେସ ଶୁକ୍ରବାର  ନିର୍ବାଚନ କମିସନ (ଇସି)ଙ୍କୁ ଚିଠି ଲେଖି ଅଭିଯୋଗ କରିଛି।  କଂଗ୍ରେସ ସାଂସଦ ଜୟରାମ ରମେଶ ନିର୍ବାଚନ କମିସନଙ୍କ ନିକଟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି- ‘ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବେ ଦଳର ପ୍ରଚାର ପାଇଁ ଝାଡ଼ଖଣ୍ଡରେ ଥିବା ସଂକ୍ରାନ୍ତରେ ଆପଣ ଅବଗତ ଥିବେ।  

Advertisment

ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନକୁ ଯାଇ ନିର୍ବାଚନ ରାଲି କରିବାପାଇଁ ରାହୁଲ ଏବଂ ତାଙ୍କ କର୍ମଚାରୀମାନେ ଆଗୁଆ ଅନୁମତି‌ ନେଇଛନ୍ତି।  ପୂର୍ବ ଅନୁମତି ଅନୁଯାୟୀ ରାହୁଲ ଏବଂ  ଟିମ୍‌ ଅପରାହ୍ନ ୧.୧୫ରେ ‌ଗୋଡ୍ଡାରୁ ରାଜ୍ୟର ଅନ୍ୟ ସ୍ଥାନକୁ ଯାଇଥାନ୍ତେ। କିନ୍ତୁ  ଏଥିପାଇଁ ଅନୁମତି ମିଳିଲାନି। ସେମାନଙ୍କୁ କୁହାଗଲା ଯେ ଅନ୍ୟ ନେତାଙ୍କ ପ୍ରୋଟକଲ୍‌ ପାଇଁ ଅଞ୍ଚଳରେ ‌‌ନୋ ଫ୍ଲାଏ କଟକଣା ଲାଗୁ ହୋଇଛି।  ଏଥିପାଇଁ ରାହୁଲଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟ ବିଳମ୍ବ ହୋଇଛି ଏବଂ ଏହାର ଫାଇଦା ଆମ ବିରୋଧୀମାନେ ଉଠାଉଛନ୍ତି।’