ସୁରତ (ଗୁଜରାଟ): ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗୁଜରାଟର ସୁରତ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନିଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ପ୍ରାର୍ଥିପତ୍ରରେ ଦିଆଯାଇଥିବା ପ୍ରସ୍ତାବକଙ୍କ ସ୍ବାକ୍ଷର ଜାଲିଆତି ହୋଇଥିବା ଅଭିଯୋଗ ପରେ ରିଟର୍ନିଂ ଅଧିକାରୀ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସୂଚନାନୁସାରେ, ନୀଲେଶଙ୍କ ପ୍ରାର୍ଥିପତ୍ରରେ ସ୍ବାକ୍ଷର କରିଥିବା ତିନିଜଣ ପ୍ରସ୍ତାବକ ରିଟର୍ନିଂ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ସେମାନେ ନୀଲେଶଙ୍କ ନିମନ୍ତେ ପ୍ରସ୍ତାବ ଦେଇନାହାନ୍ତି। ସେମାନଙ୍କ ସ୍ବାକ୍ଷରକୁ ଜାଲିଆତି କରାଯାଇଛି। ସେହିଭଳି କଂଗ୍ରେସ ସମର୍ଥିତ ଅନ୍ୟ ଏକ ବିକଳ୍ପ ପ୍ରାର୍ଥୀ ସୁରେଶ ପାଦଶାଳାଙ୍କ ପ୍ରାର୍ଥିପତ୍ର ମଧ୍ୟ ଅନୁରୂପ ଅଭିଯୋଗରେ ନାକଚ ହୋଇଯାଇଛି। ଏନେଇ ରିଟର୍ନିଂ ଅଧିକାରୀ ସୌରଭ ପର୍ଦ୍ଧି କହିଛନ୍ତି ଯେ ଉଭୟଙ୍କ ନାମରେ ତିନିଟି ଲେଖାଏଁ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ପ୍ରସ୍ତାବକମାନେ ସତ୍ୟପାଠ ଜରିଆରେ ଅଭିଯୋଗ ଦାଖଲ କରିଛନ୍ତି। ଯାଞ୍ଚ ପରେ ଏହାକୁ ନାକଚ କରାଯାଇଛି।
ପ୍ରସ୍ତାବକଙ୍କ ସ୍ବାକ୍ଷର ଜାଲିଆତି ଅଭିଯୋଗ: ସୁରତ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ
/sambad/media/post_attachments/wp-content/uploads/2024/04/fshshshshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)