ମଧ୍ୟପ୍ରଦେଶରେ ରାତାରାତି ୧କିମି ରାସ୍ତା ଚୋରି ଅଭିଯୋଗ

ସିଧି : ମଧ୍ୟପ୍ରଦେଶରେ ଅତୀତରେ ଅନେକ ଦୁର୍ନୀତି ହୋଇଛି, କିନ୍ତୁ ଏ ଦୁର୍ନୀତି ସବୁକୁ ବଳିଯାଇଛି। ରାଜ୍ୟର ସିଧି ଜିଲାର ଏକ ଗ୍ରାମରେ ଏକ କିଲୋମିଟର ରାସ୍ତା ରାତାରାତି ଅନ୍ତର୍ଦ୍ଧାନ ହୋଇଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ନାଏବ ସରପଞ୍ଚ ଓ ଗ୍ରାମବାସୀମାନେ ସ୍ଥାନୀୟ ମଞ୍ଝୋଲି ଥାନାରେ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ସେମାନଙ୍କ ଗ୍ରାମରେ ରାତିରେ ରାସ୍ତା ଥିଲା କିନ୍ତୁ ସକାଳକୁ ନାହିଁ। ପଞ୍ଚାୟତ ଅଫିସର ମୁଖ୍ୟ କାର୍ଯ୍ୟନିର୍ବାହୀ ରାସ୍ତା ଚୋରି ହୋଇଥିବା ଅଭିଯୋଗ ଗ୍ରହଣ କରିଥିଲେ। ରାଜ୍ୟର ଅନ୍ୟତମ ପଛୁଆ ଜିଲାଭାବେ ପରିଗଣିତ ସିଧି ଜିଲାର ମଞ୍ଝୋଲି ଜନପଦ ପଞ୍ଚାୟତ ଅନ୍ତର୍ଗତ ମେନ୍ଧ୍ରା ଗ୍ରାମରେ ଏହି ଘଟଣା ଘଟିଛି। ଉକ୍ତ ଗ୍ରାମରେ କାଗଜକଲମରେ ଏକ ସଂଯୋଗକାରୀ ରାସ୍ତା ତିଆରି ହୋଇଥିଲା ଏବଂ ଉକ୍ତ ରାସ୍ତା ପାଇଁ ମିଳିଥିବା ଟଙ୍କା ସରକାରୀ କର୍ମଚାରୀମାନେ ହଡ଼ପ କରି ନେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଉକ୍ତ ସଂଯୋଗକାରୀ ରାସ୍ତାଟି ବର୍ଷାଋତୁରେ କର୍ଦ୍ଦମାକ୍ତ ହୋଇ ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର