କୋଲକାତା: ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ। ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଛନ୍ତି ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଗୁରୁବାର ଦାବି କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ କପୋଳକଳ୍ପିତ କାହାଣୀ ବୋଲି କହିଛନ୍ତି । ଟିଏମସି ନେତାମାନେ ଦାବି କରିଛନ୍ତି ଯେ ଅଭିଯୋଗ ଆଣିଥିବା ମହିଳା ଜଣକ କୋଲକାତା ପୋଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ ।
ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ନାମରେ ଅସଦାଚରଣ ଅଭିଯୋଗ
/sambad/media/post_attachments/wp-content/uploads/2024/05/Untitled-5.jpg)