ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଅପବ୍ୟବହାର ହେଉଥିବା ଅଭିଯୋଗ କରି ଆଜି ୧୪ଟି ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଂଗ୍ରେସ, ଆର୍ଜେଡି, ଡିଏମ୍କେ, ଟିଏମ୍ସି, ଆପ୍, ବିଆରଏସ୍ ଏବଂ ଅନ୍ୟ ଦଳମାନଙ୍କ ସହ ମୋଟ୍ ୧୪ ରାଜନୈତିକ ଦଳ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଆସନ୍ତା ଏପ୍ରିଲ ୫ ତାରିଖରେ ଏହି ଆବେଦନ ଉପରେ ଶୁଣାଣି କରିବେ ବୋଲି କହିଛନ୍ତି। ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଅପରାଧିକ ମାମଲାରେ କାର୍ଯ୍ୟାନୁଷ୍ଠାନ ବଢ଼ୁଥିବାରୁ ଏନେଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି, ଉକ୍ତ ତଦନ୍ତକାରୀ ସଂସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ କିଛି ନେତାଙ୍କୁ ହିଁ ଟାର୍ଗେଟ୍ କରୁଛନ୍ତି। ଗିରଫ, ରିମାଣ୍ଡ ଓ ଜାମିନ ପ୍ରସଙ୍ଗରେ କୋର୍ଟ ସ୍ବତନ୍ତ୍ର ନିୟମାବଳି ଆଣନ୍ତୁ ବୋଲି ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ed-c.jpg)