କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟଏମସି ସାଂସଦ ସାକେତ ଗୋଖଲେ କରିଛନ୍ତି। ଗୋଖଲେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ପାଲନାଡୁରେ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନା ହେଲିକପ୍ଟର ଯୋଗେ ଲୋକସଭା ଆସନ ଚିଲକାଲୁରିପେଟରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି। ।
ମାର୍ଚ୍ଚ ୧୭ ରବିବାର ଦିନ ପାଲନାଡୁ ଜିଲ୍ଲାର ବୋପୁଡି ଗ୍ରାମରେ ଏନଡିଏର ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଯାଇଥିଲେ। ରାଲିରୁ ଆସିଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ବାୟୁସେନା ହେଲିକପ୍ଟରରୁ ଓହ୍ଲାଇଥିବାର ନଜର ଆସିଛନ୍ତି।
ସାଂସଦ ସାକେତ ସୋସିଆଲ ମିଡିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗର ନକଲ ଅଂଶୀଦାର କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୬ ରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ସେହି ସମୟରେ ଏହା ଚେତାବନୀ ଦେଇଥିଲେ ଯେ ଆଚରଣ ବିଧି ଉଲ୍ଲଂଘନ କରାଯିବ ନାହିଁ।
ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାବେଳେ ସୁପ୍ରିମକୋର୍ଟଙ୍କୁ ନିର୍ବାଚନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଅନୁମତି ନାର୍ହି। ସେଥିପାଇଁ ମୁଁ ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରି ନାହିଁ। କେବଳ ନିର୍ବାଚନ ଆୟୋଗ ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ।
ନିର୍ବାଚନ ଆୟୋଗର ୨୦୧୪ ବିଜ୍ଞପ୍ତିକୁ ଦର୍ଶାଇ ଜଣେ ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯେ ଏସପିଜି ସୁରକ୍ଷା ଥିବା ନେତାମାନେ ସରକାରୀ ଯାନ ବ୍ୟବହାର କରିପାରିବେ। ଗୋଖଲେ ଏହା ଉପରେ ଉତ୍ତର ଦେଇଥିଲେ ଏହା କେବଳ ବୁଲେଟପ୍ରୁଫ୍ ଏବଂ ଏସକର୍ଟ ଯାନ ପରି ଜାମର କାର ପାଇଁ ଲାଗୁ ହେବ। ସୁରକ୍ଷା କାରଣରୁ ଅଇଏଏଫ ହେଲିକପ୍ଟରର ବ୍ୟବହାର ଏହା ଅଧୀନରେ ଆସେ ନାହିଁ।
ଆଚରଣ ସଂହିତା ନିୟମରେ ନିର୍ବାଚନ ପ୍ରଚାର ପାଇଁ ସରକାରୀ ବ୍ୟବସ୍ଥାର ବ୍ୟବହାରକୁ ବାରଣ କରାଯାଇଛି। ୧୯୭୫ ରେ ଏହି କାରଣରୁ ଇନ୍ଦିରା ଗାନ୍ଧୀ ବିଶେଷ ଭାବେ ଅଯୋଗ୍ୟ ହୋଇଥିଲେ। ସାଂସଦ ଗୋଖଲେ ଏହା କହିଛନ୍ତି ଯଦି ଭାରତୀୟ ବାୟୁସେନା ହେଲିକପ୍ଟର ଭଡ଼ା ପାଇଁ ବିଜେପି ଅର୍ଥ ପ୍ରଦାନ କରେ ତେବେ ନିର୍ବାଚନ ଆୟୋଗ ସମସ୍ତଙ୍କୁ ଅବଗତ କରାଇବା ଅବାଶ୍ୟକ ଯେ ବାୟୁସେନା ବିମାନକୁ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ମୋଦୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ
/sambad/media/post_attachments/wp-content/uploads/2024/03/WhatsApp-Image-2024-03-18-at-8.58.04-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)