ଲଣ୍ଡନ: ବ୍ରିଟେନର କାରାଗାରରେ ଏକ ପ୍ରମୁଖ ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏଚଏମପି ମାଞ୍ଚେଷ୍ଟର ଏବଂ ଏଚଏମପି ଲଙ୍ଗ ଲାର୍ଟିନ ଜେଲ୍‌ରେ କରାଯାଇଥିବା ଯାଞ୍ଚ୍ ରିପୋର୍ଟରେ ଏହି ତ୍ରୁଟି ପ୍ରକାଶ ପାଇଛି। ଜେଲ୍‌ରେ ଡ୍ରୋନ୍ ବ୍ୟବହାର ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଡ୍ରୋନ୍ ମାଧ୍ୟମରେ କଏଦୀମାନଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଯାଉଛି।

Advertisment

ଜେଲ୍‌ର ମୁଖ୍ୟ ଇନ୍ସପେକ୍ଟର ଚାର୍ଲି ଟେଲର ହ୍ବାଇଟହୋଲ ଏବଂ ପୁଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ, ବନ୍ଦୀମାନେ ଜେଲ୍‌ରୁ ଖସି ପଳାଇ ଏକ ଗ୍ୟାଙ୍ଗ ଗଠନ କରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିପାରନ୍ତି। ଦେଶର ‘ଏ’ ବର୍ଗର ଜେଲରେ ଡ୍ରଗ୍ସ, ମୋବାଇଲ୍ ଫୋନ୍ ଏବଂ ଅସ୍ତ୍ରଶସ୍ତ୍ର ବିକ୍ରିର ବେଆଇନ ବ୍ୟବସାୟ ବଢ଼ିବାରେ ଲାଗିଛି।

ଏହା ମଧ୍ୟ ପ୍ରକାଶ ପାଇଛି ଯେ, ସୁରକ୍ଷା ବ୍ୟବସ୍ଥା ଏବଂ ସିସିଟିଭି ଭଳି ମୌଳିକ ଡ୍ରୋନ୍ ବିରୋଧୀ ସୁରକ୍ଷା ପଦକ୍ଷେପ ମଧ୍ୟ ନଷ୍ଟ ହୋଇଯାଇଛି। ଇଂଲଣ୍ଡ ଏବଂ ୱେଲ୍ସର କେତେକ ବିପଜ୍ଜନକ ବନ୍ଦୀ ଏହି ଜେଲ୍‌ରେ ରହିଛନ୍ତି।

ମଙ୍ଗଳବାର ପ୍ରକାଶିତ ରିପୋର୍ଟ ପରେ ଟେଲର କହିଛନ୍ତି ଯେ, ପୁଲିସ ଏବଂ ଜେଲ୍ ସେବା ସଂଗଠିତ ଅପରାଧୀ ଗୋଷ୍ଠୀଙ୍କୁ ଦୁଇଟି ହାଇ-ସୁରକ୍ଷା ଜେଲ୍‌ରେ ଆକାଶ ସୀମାକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେଇଛନ୍ତି। ଏସବୁ ଜେଲ୍‌ରେ ବିପଜ୍ଜନକ କଏଦୀ ରହିଛନ୍ତି।

ଏହି ବିଫଳତା କର୍ମଚାରୀ, ଅନ୍ୟ ବନ୍ଦୀ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଗ୍ୟାଙ୍ଗ୍ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜେଲ୍‌ରେ ଡ୍ରଗ୍ସ ତଥା ଅନ୍ୟାନ୍ୟ ବେଆଇନ ଜିନିଷ ଯୋଗାଣ ବନ୍ଦ କରିବାକୁ ଟେଲର ଜେଲ୍ ସେବା, ପୁଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅନୁରୋଧ କରିଛନ୍ତି।

ଏହି ଜେଲ୍‌ଗୁଡିକରେ ଏତେ ବଡ଼ ଧରଣର ସୁରକ୍ଷା ତ୍ରୁଟି ବ୍ରିଟେନର ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ଦର୍ଶାଇଛି। ଲଙ୍ଗ ଲାର୍ଟିନ ଜେଲ୍‌ରେ ରଖାଯାଇଥିବା ଅନ୍ତେବାସୀଙ୍କ ମଧ୍ୟରେ ଜୋନା ୟେଟସ୍‌ଙ୍କୁ ଅପହରଣ କରି ହତ୍ୟା କରିଥିବା ଭିନ୍ସେଣ୍ଟ ତବାକ୍ ଏବଂ ହତ୍ୟାକାରୀ ଜେରେମି ବମ୍ବରଙ୍କ ସହ ଆତଙ୍କବାଦୀ ପ୍ରଚାରକ ଆବୁ ହାମଜା ଅଛନ୍ତି।

ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି ଯେ, ମାଞ୍ଚେଷ୍ଟର ଜେଲ୍‌ରେ ଚାଲିଥିବା ଡ୍ରଗ୍ସ ପରୀକ୍ଷଣରେ ୩୯ ପ୍ରତିଶତ କଏଦୀଙ୍କ ରିପୋର୍ଟ ସକାରାତ୍ମକ ଏବଂ ଲଙ୍ଗ ଲାର୍ଟିନ ସର୍ଭେରେ ୫୦ ପ୍ରତିଶତ କଏଦୀ କହିଛନ୍ତି ଯେ, ଜେଲ ଭିତରେ ଡ୍ରଗ୍ସ ଏବଂ ମଦ ସହଜରେ ଉପଲବ୍ଧ ହେଉଛି।

ଅଧିକ ପଢ଼ନ୍ତୁ: ନୂଆ ଯୁଦ୍ଧ ଆଶଙ୍କା: ଇସ୍ରାଏଲ୍ -ତୁର୍କୀ ଯୁଦ୍ଧପୋତ, କ୍ଷେପଣାସ୍ତ୍ର ବୃଦ୍ଧି କରୁଛନ୍ତି

ଡ୍ରଗ୍ସ ସେବନ କରିବା ଯୋଗୁ କଏଦୀମାନେ ଋଣଗ୍ରସ୍ତ ହୋଇପଡ଼ିଥିବାରୁ ଉଭୟ ଜେଲ୍‌ରେ ହିଂସା ଏବଂ କଏଦୀମାନଙ୍କ ମଧ୍ୟରେ ନିଜ ଜୀବନ ନେବା ମାମଲା ବୃଦ୍ଧି ପାଇଛି। ୨୦୨୧ମସିହାରେ ଶେଷ ଯାଞ୍ଚ୍ ପରଠାରୁ ମାଞ୍ଚେଷ୍ଟରରେ ୬ ଜଣ କଏଦୀ ନିଜ ଜୀବନ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ଭାଇରାଲ ରୋକିବ ମାଟ୍ରିକ୍‌ ପ୍ରଶ୍ନପତ୍ରର ନମ୍ବରିଂ, ବାରକୋର୍ଡ ବ୍ୟବସ୍ଥା!