ଯବାନଙ୍କ ଅଭିଯୋଗ: ଭୁଲ୍‌ରେ ପାକିସ୍ତାନରେ ପ୍ରବେଶ କରି ଯାଇଥିବା ହେତୁ ଦିଆଯାଉଥିଲା ନିର୍ଯାତନା, ଛାଡ଼ିଲେ ଚାକିରି

ଶ୍ରୀନଗର: ୨୦୧୬ ମସିହାରେ ଅଜାଣତରେ ପାକିସ୍ତାନ ସୀମା ପାର୍‌ କରି ଯାଇଥିବା ଭାରତୀୟ ସୈନିକ ଚନ୍ଦୁ ଚୌହ୍ଵାନ ସେନାରେ ନିର୍ଯାତନାର ଶିକାର ହୋଇ ସେନା ତ୍ୟାଗ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ‘ମୁଁ ପାକିସ୍ତାନରୁ ଫେରିବା ପରଠାରୁ ମୋତେ ଲଗାତର ଭାବେ ସେନାରେ ନିର୍ଯାତନା ଦିଆଯାଉଛି। ମୋତେ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ଏହି କାରଣରୁ ମୁଁ ସେନା ଛାଡ଼ିବାକୁ ବାଧ୍ୟ ହେଲି।’ ସେ ଅହମ୍ମଦନଗରର ତାଙ୍କୁ ୟୁନିଟ୍‌ କମାଣ୍ଡରଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।

ଉଲ୍ଳେଖଯୋଗ୍ୟ, ୨୦୧୬ ମସିହାରେ ଅଜାଣତରେ ପାକିସ୍ତାନ ସୀମା ପାର୍‌ କରି ଯିବା ପରେ ଚୌହ୍ଵାନ ପାକିସ୍ତାନ ରେଞ୍ଜରଙ୍କ ହାତରେ ଧରାପଡ଼ିଥିଲେ। ଦୀର୍ଘ ୪ ମାସ ଧରି ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଭାରତକୁ ହସ୍ତାନ୍ତର କରିବା ପୂର୍ବରୁ ତାଙ୍କ ଅବସ୍ଥା ମଲା ଲୋକର ଅବସ୍ଥା ପରି କରି ଦେଇଥିଲେ ପାକିସ୍ତାନୀ।

ଗତ ମାସ ସେ ଏକ ଦୁର୍ଘଟଣାର ଶିକାର ହେବା ପରେ ଗୁରୁତର ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ମହାରାଷ୍ଟ୍ରର ଧୁଲେ ଜିଳ୍ଲାର ବୋହରିଭିର୍‌ ସହରରେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ବେଳେ ଚୌହ୍ଵାନ ଏହି ଦୁର୍ଘଟଣାରର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର