୩ ବର୍ଷରେ ଓଡ଼ିଶାକୁ ୬୩,୯୦,୨୦୫ ଟନ୍ ଖାଦ୍ୟଶସ୍ୟ ଆବଣ୍ଟନ

ନୂଆଦିଲ୍ଲୀ : ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶାକୁ ୬୩ ଲକ୍ଷ ୯୦ ହଜାର ୨୦୫ ଟନ ଖାଦ୍ୟଶସ୍ୟ ଆବଣ୍ଟନ ହୋଇଛି। ଅନ୍ୟ ପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅକ୍ଟୋବର ୨୦୨୨ ସୁଦ୍ଧା ରାଜ୍ୟକୁ ୧୨,୩୧,୩୭୩ ଟନ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି। ଲୋକସଭାରେ ‌ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର୍ବଜନୀନ ବିତରଣ ମନ୍ତ୍ରୀ ପିୟୂଷ ଗୋୟଲ। ଗତ ତିନି ବର୍ଷରେ ରାଜ୍ୟମାନଙ୍କୁ ୧୭୨୮ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଆବଣ୍ଟନ ହୋଇଥିବା ସେ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର