ମନରେଗାରେ ସର୍ବାଧିକ ୧,୦୫,୫୦୦ କୋଟି ଟଙ୍କା ଆବଣ୍ଟନ

ନୂଆଦିଲ୍ଲୀ : ଚଳିତ ଆର୍ଥକବର୍ଷ ୨୦୨୦–୨୦୨୧ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା) ଅନ୍ତର୍ଗତ ୧,୦୧,୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଯାହାକି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବର୍ତମାନ ସୁଦ୍ଧା ଆବଂଟିତ ଅର୍ଥରାଶି ମଧ୍ୟରେ ସର୍ବାଧିକ। ୨୦୨୦–୨୧ ଆର୍ଥିକ ବର୍ଷ କାଳରେ ୩୧,୪୯୩ କୋଟି ଟଙ୍କାର ଅର୍ଥରାଶି ପୂର୍ବରୁ ଜାରି କରାଯାଇସାରିଛି।

ସୂଚନା ଅନୁସାରେ, ବର୍ତମାନ ସୁଦ୍ଧା ୬୦.୮୦ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ଏବଂ ୬.୬୯ କୋଟି ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି। ମେ ୨୦୨୦ରେ ହାରାହାରି ୨.୫୧ କୋଟି ଲୋକଙ୍କୁ ପ୍ରତିଦିନ କାର୍ଯ୍ୟ ଦିଆଯାଇଛି, ଯାହାକି ଗତ ବର୍ଷ ମେ ମାସରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ଠାରୁ ୭୩ ପ୍ରତିଶତ ଅଧିକ।

ସେହିଭଳି, ୨୦୨୦–୨୦୨୧ ଆର୍ଥକ ବର୍ଷ କାଳରେ ବର୍ତମାନ ସୁଦ୍ଧା ମୋଟ ୧୦ ଲକ୍ଷ କାମ ଶେଷ ହୋଇଛି। ଜୀବିକାକୁ ପ୍ରୋତ୍ସାହନ ଦେବା ଲାଗି ଜଳ ସଂରକ୍ଷଣ ଓ ସେଚନ, ବୃକ୍ଷରୋପଣ, ଉଦ୍ୟାନକୃଷି ସହ ଜଡ଼ିତ କାର୍ଯ୍ୟ ଏବଂ ବ୍ୟକ୍ତିଗତ ଲାଭକାରୀ କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର