ଆମଦାନି, ରପ୍ତାନି ପାଇଁ ଟଙ୍କାରେ ପେମେଣ୍ଟ୍‌କୁ ଅନୁମତି

ମୁମ୍ବାଇ : ଭାରତୀୟ ମୁଦ୍ରା ଟଙ୍କା ଜରିଆରେ ସୀମାପାର କାରବାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି। ବିଶେଷ କରି ରୁଷ୍ ଓ ଶ୍ରୀଲଙ୍କାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ସାଧାରଣତଃ ଆନ୍ତର୍ଜାତିକ କାରବାରରେ ଡଲାରକୁ ବ୍ୟବହାର କରାଯାଇଥାଏ। ମାତ୍ର କିଛି ରାଷ୍ଟ୍ର ଉପରେ ଲଗାଯାଇଥିବା ଅର୍ଥନୈତିକ କଟକଣା ଯୋଗୁଁ ସେମାନଙ୍କ ସହ ଡଲାରରେ କାରବାର କରିବା ସମ୍ଭବ ହେଉନାହିଁ। କିନ୍ତୁ ସେହି ରାଷ୍ଟ୍ରରୁ କିଛି ଗୁରୁତ୍ବପୂର୍ଣ୍ଣ ବସ୍ତୁ ଅନ୍ୟ ବଜାର ତୁଳନାରେ ଶସ୍ତାରେ ମିଳୁଥିବାରୁ ସେହି ସୁଯୋଗକୁ ଭାରତ ହାତ ଛଡ଼ା କରିବାକୁ ଚାହୁଛନ୍ତି। ସେଥିପାଇଁ ସେମାନଙ୍କୁ ଟଙ୍କାରେ ପେମେଣ୍ଟ୍‌ ଦେଇ ଜିନିଷ ଆଣିବାକୁ ଭାରତ ଚାହୁଛି।

ଯେଉଁ ବ୍ୟାଙ୍କ ଟଙ୍କା ଜରିଆରେ ଆମଦାନି ଓ ରପ୍ତାନି ପାଇଁ ଇନଭଏସ୍‌, ପେମେଣ୍ଟ୍ ଓ ସେଟେଲମେଣ୍ଟ୍ ସୁବିଧା ପ୍ରଦାନ କରିବାକୁ ଚାହୁଛନ୍ତି ସେମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମୋଦନ ହାସଲ କରିବାକୁ ପଡ଼ିବ। କାରବାର ହେବାକୁ ଥିବା ଦୁଇ ଦେଶର ମୁଦ୍ରା ବଜାର ବଜାରର ଚଳନ ଅନୁସାରେ ନିର୍ଧାରଣ ହେବ। ଭାରତୀୟ ବ୍ୟାଙ୍କଗୁଡ଼ିକ ଏବେ ରୁପି ଭଷ୍ଟ୍ରୋ ଆକାଉଣ୍ଟ୍‌ ଖୋଲିପାରିବେ।

ସମ୍ବନ୍ଧିତ ଖବର