ତ୍ରିରଙ୍ଗାରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚକୁ ଅନୁମତି

ନୂଆଦିଲ୍ଲୀ : ହର ଘର ତ୍ରିରଙ୍ଗା ଅଭିଯାନରେ କଂପାନିଗୁଡ଼ିକ ସେମାନଙ୍କ ସିଏସ୍‌ଆର୍‌ ପାଣ୍ଠିକୁ ବ୍ୟବହାର କରିପାରିବେ। କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଏହି ଅନୁମତି ପ୍ରଦାନ କରିଛି।

ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଜାତୀୟ ପତାକାକୁ ନେଇ ସଚେତନତା ବଢ଼ାଇବାକୁ ଓ ୭୫ତମ ସ୍ବାଧୀନତା ଦିବସ ପାଳନ ବେଳେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ‌ତେଣୁ ବିପୁଳ ମାତ୍ରାରେ ତ୍ରିରଙ୍ଗା ଉତ୍ପାଦନ ଓ ଯୋଗାଣ, ଆଉଟ୍‌ରିଚ୍ ଓ ସେ ସମ୍ପର୍କିତ ଅନ୍ୟାନ୍ୟ କାର୍ଯ୍ୟରେ ଯେଉଁ ଖର୍ଚ୍ଚ ହେବ ତାହାକୁ କଂପାନିଗୁଡ଼ିକ ସିଏସ୍‌ଆର୍‌ ଖର୍ଚ୍ଚ ଭାବେ ପ୍ରଦର୍ଶିତ କରିପାରିବେ। ସଂସ୍କୃତି ସମ୍ପର୍କିତ ସଚେତନତାର ପ୍ରସାର ଲାଗି କଂପାନି ନିୟମର ଧାରା ସପ୍ତମରେ ରହିଥିବା ବ୍ୟବସ୍ଥା ଅନୁସାରେ ଏହି ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର