ପାଟନା: ପାଟନାରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁରକ୍ଷା ମାନଦଣ୍ଡ ପୂରଣ ପରେ ଏଣିକି ଅଟୋ ଚାଳକମାନେ ପିଲାମାନଙ୍କୁ ସ୍କୁଲକୁ ନେବା ଆଣିବା କରିପାରିବେ। 
ତଥାପି, ଇ-ରିକ୍ସାରେ ପିଲାମାନଙ୍କୁ ସ୍କୁଲ ନେବା ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି  ମଙ୍ଗଳବାର ଏଡିଜି ଟ୍ରାଫିକ୍ ସୁଧାଂଶୁ କୁମାରଙ୍କ ସହ ଅଟୋ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

Advertisment

ଟ୍ରାଫିକ୍ ଏସ୍ପି ଅପରାଜିତ ଲୋହାନ କହିଛନ୍ତି ଯେ ଅଟୋ ସଂଘର ଦାବି ଏବଂ ଅଭିଭାବକଙ୍କ ସମସ୍ୟାକୁ ଧ୍ୟାନରେ ରଖି ଟ୍ରାଫିକ୍ ପୁଲିସ ଏହି ନିଷ୍ପତ୍ତି ନେଇଛି। 

ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ମୁଖ୍ୟାଳୟ ଏପ୍ରିଲ ୧ ତାରିଖରୁ ସ୍କୁଲ ପିଲାମାନଙ୍କୁ ଅଟୋ ଏବଂ ଇ-ରିକ୍ସାରେ ନେବା ଆଣିବା କରିବା ନିଷେଧ କରିଥିଲା। ଏହି ନିଷ୍ପତ୍ତି ପରେ ଅଟୋ ଚାଳକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅଭିଭାବକମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। 

ଦେଖିବାକୁ ଗଲେ ପାଟନାରେ ଅନେକ ସ୍କୁଲ ପିଲା ଅଟୋ ଏବଂ ଇ-ରିକ୍ସାରେ ସ୍କୁଲ ଯାଇଥାଆନ୍ତି। ଅଟୋ ଚାଳକମାନଙ୍କ ପ୍ରତିବାଦକୁ ଦୃଷ୍ଟିରେ ରଖି  ଟ୍ରାଫିକ୍ ପୁଲିସ ଅଟୋ ସଂଘ ସହିତ ଏକ ବୈଠକ କରିଥିଲା। ଏଥିରେ ଟ୍ରାଫିକ୍ ପୁଲିସ ଅଧିକାରୀମାନେ ଡ୍ରାଇଭରମାନଙ୍କୁ ଆଶ୍ୱସ୍ତି ଦେଇଥିଲେ ଏବଂ କହିଥିଲେ ଯେ ଏପ୍ରିଲ ୯ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।

ଜୁନ୍ ୧ ସୁଦ୍ଧା ଅଟୋଗୁଡ଼ିକରେ ଜିପିଏସ ସିଷ୍ଟମ୍ ଲଗାଇବାକୁ ପଡିବ। ଅଟୋରେ ସୁରକ୍ଷା ମାନଦଣ୍ଡ ପାଇଁ ଏକ ସମୟ ସ୍ଥିର କରାଯାଇଛି। ସ୍କୁଲ ପିଲାମାନଙ୍କୁ ନେବାଆଣିବା ପାଇଁ ମଇ ୧ ଭିତରେ ଅଟୋ ମାଲିକମାନଙ୍କୁ ଗାଡ଼ିର ଗୋଟିଏ ପାର୍ଶ୍ୱର ଗେଟ୍ ବନ୍ଦ କରିବାକୁ ପଡିବ, କ୍ଷମତାଠାରୁ ଅଧିକ ପିଲାଙ୍କୁ ବସାଇବାକୁ ଅନୁମତି ଦିଆଯିବ ନାହିଁ ଏବଂ ଗାଡ଼ିରେ 'ଅନ୍ ସ୍କୁଲ ଡ୍ୟୁଟି' ଲେଖିବା ବାଧ୍ୟତାମୂଳକ ହେବ। ଏହା ସହିତ, ଜୁନ୍ ୧ ସୁଦ୍ଧା ଅଟୋଗୁଡ଼ିକରେ ଜିପିଏସ ସିଷ୍ଟମ୍, ସ୍ପିଡୋମିଟର ଇତ୍ୟାଦିର ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରାଯାଇଛି।