ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏକ ଗୀତ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏସ୍‌ଡିଏମ୍‌ ଜ୍ୟେ‌ାତି। ଏକ ଗୀତ ତାଙ୍କୁ ଆକ୍ଷେପ କରାଯାଇ ତିଆରି ହୋଇଛି। ଯେଁ କାରଣରୁ ତାଙ୍କ ସମ୍ମାନହାନୀ ବୋଲି ହୋଇଛି ବୋଲି ସେ ଅଭିଯୋଗ ଆଣି ଦିଲ୍ଳୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ହାଇକୋର୍ଟ ଜ୍ୟୋତିଙ୍କ ମାମଲାର ଶୁଣାଣି ଗୁରୁବାର ଦିନ କରିବେ।

Advertisment

ଜ୍ୟୋତି ଦାୟର କରିିଥିବା ଯାଚିକାରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଗୁଜବ, ଅଡିଓ, ଭିଡିଓ ଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବାର ଗୀତର ଯାଞ୍ଚ୍‌ କରିବାକୁ ଦାବି କରିଛନ୍ତି। ଏହା ସବୁ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରୁ ହଟାଯାଉ ବୋଲି ସେ କୋର୍ଟରେ ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗଣମାଧ୍ୟମ ସଂସ୍ଥା କିମ୍ବା ସୋସିଆଲ୍‌ ମିଡିଆରେ ଖବର ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ସେ କୋର୍ଟଙ୍କୁ କହିଛନ୍ତି।

କିଛିଦିନ ତଳେ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ‌ଯେତେବେଳେ ତାଙ୍କ ସ୍ବାମୀ ଆଲୋକ ଅଭିଯୋଗ ଆଣି କହିଥିଲେ କି,‘ଜ୍ୟୋତି ମୋ ସହ ପ୍ରତାରଣା କରିଛନ୍ତି। ଏଥିସହିତ ସେ ମୋତେ ହତ୍ୟା କରିବାକୁ ଯୋଜନା ବି କରୁଛନ୍ତି। ଯାହାର ଅଡିଓ ରେକର୍ଡ ମୋ ପାଖରେ ରହିଛି।’

ଜ୍ୟୋତି ଓ ଆଲୋକଙ୍କ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଛି। ଦୁହେଁ ପରସ୍ପର ବିରୋଧରେ ଅନେକ ଅଭିଯୋଗ ବି କରିଛନ୍ତି। ଯାହାର ପ୍ରମାଣ ଦୁହିଁଙ୍କ ପାଖରେ ଥିବା କଥା ବି ଜ୍ୟୋତି ଓ ଆଲୋକ ଗଣମାଧ୍ୟମକୁ କହିଥିଲେ।