କଂଗ୍ରେସ ଛାଡ଼ିଲେ ଅଳ୍ପେଶ ଠାକୁର

ଅହମଦାବାଦ୍‌: ଗୁଜରାଟର ଓବିସି ନେତା ଅଳ୍ପେଶ ଠାକୁର  କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଅଳ୍ପେଶଙ୍କ ଘନିଷ୍ଠ ସହଯୋଗୀ ଧବଳସିଂହ ଜଲା ଏନେଇ ସ୍ପଷ୍ଟ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଦିନକ ପୂର୍ବରୁ ଅଳ୍ପେଶ ଠାକୁର ଦଳ ଛାଡ଼ିବା ଘଟଣା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି। ଅଳ୍ପେଶଙ୍କ ଦ୍ବାରା ଗଠନ ହୋଇଥିବା ଠାକୁର ସେନାର କୋର୍‌ କମିଟି ଏକ ବୈଠକ କରି ଅଳ୍ପେଶଙ୍କ ସମେତ ୩ ଜଣଙ୍କୁ ଦଳ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। କଂ‌ଗ୍ରେସ ଦ୍ବାରା ଠାକୁର ସେନାକୁ ଅବଜ୍ଞା କରାଯାଉଛି ବୋଲି ଅଭି‌ଯୋଗ କରାଯାଇଛି। ତେବେ ଅ‌ଳ୍ପେଶ କହିଛନ୍ତି ଯେ ସେ ବିଜେପିରେ ଯୋଗଦେବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ସମ୍ବନ୍ଧିତ ଖବର