କଂଗ୍ରେସ ଦଳରେ ହିଁ ରହି ନିଜର ଲୋକଙ୍କପାଇଁ ଲଢ଼ିବି : ଅଳ୍ପେଶ ଠାକୁର

ଅହମ୍ମଦାବାଦ: କଂଗ୍ରେସ ବିଧାୟକ ତଥା ଗୁଜୁରାଟର ଓବିସି ନେତା ଅଳ୍ପେଶ ଠାକୁର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଗତ କିଛି ଦିନ ଧରି ଯେଉଁ ଚର୍ଚ୍ଚା ହେଉଛି ,ଆଜି ସେସଂପର୍କରେ ମୁହଁ ଖୋଲିଛନ୍ତି ।ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାର ତାଙ୍କର କିଛି ଯୋଜନା ନାହିଁ। କଂଗ୍ରେସ ଦଳରେ ହିଁ ରହି ସେ ନିଜର ପରାକାଷ୍ଠା ଦେଖାଇବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଳ୍ପେଶ ଠାକୁର କହିଛନ୍ତି ଯେ କଂଗ୍ରେସ ଦଳରେ ହିଁ ରହି ସେ ନିଜର ଲୋକଙ୍କପାଇଁ ଲଢ଼ିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେବେ ବି କଂଗ୍ରେସ ଦଳ ଛାଡ଼ିବେ ନାହିଁ। ଅଳ୍ପେଶ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ସହ ତାଙ୍କର ଟଣାଓଟରା ଚାଲିଥିଲେ ବି ଏହାକୁନେଇ ସେ ବିଚଳିତ ନୁହନ୍ତି।


ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସ ବିଧାୟକ ତଥା ଗୁଜୁରାଟର ଓବିସି ନେତା ଅଳ୍ପେଶ ଠାକୁର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାପରେ ଭାଜପା ସରକାରରେ ମନ୍ତ୍ରୀ ମଧ୍ୟ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆହୁରି ମଧ୍ୟ ଚର୍ଚ୍ଚା ହେଉଥିଲା ଯେ କଂଗ୍ରେସର ଅନ୍ୟ କେତେକ ବିଧାୟକ ବି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ଲାଗି ପ୍ରସ୍ତୁତ ଚଳାଇଛନ୍ତି। ଅଳ୍ପେଶ ଠାକୁର ଗୁଜୁରାଟରେ ଓବିସି ନେତା ଭାବେ ଚର୍ଚ୍ଚାକୁ ଆସିଥିଲେ। ପରେ ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଗତମାସ ସେ ଅଭିଯୋଗ କରିଥିଲେ ଯେ କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ କିଛି ମିଳି ନାହିଁ।

ସମ୍ବନ୍ଧିତ ଖବର