ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ଏକ ପର୍ଯ୍ୟଟକ ଦମ୍ପତି ଉପରେ ନିକଟରେ ଫତେପୁର ସିକ୍ରିଠାରେ ଘାତକ ଆକ୍ରମଣ ହୋଇଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଏବଂ ଖୁବ୍ଶୀଘ୍ର ସେମାନେ ଆପୋଲୋ ହସ୍ପିଟାଲ ଛାଡ଼ିବେ ବୋଲି ଜଣାପଡ଼ିଛି। ଏଭଳି ଘଟଣାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେଜେ ଆଲଫୋନ୍୍ସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏଭଳି କାଣ୍ଡ ଦେଶର ସୁନାମରେ ଆଞ୍ଚ ଆଣିଛି ବୋଲି କହିଛନ୍ତି। ପର୍ଯ୍ୟଟକ ଦମ୍ପତି ମେରି ଡ୍ରୋଜ୍ ଏବଂ କ୍ୱିଣ୍ଟିନ ଜର୍ମିଙ୍କୁ ସେ ଆଇଟିଡିସିର ହୋଟେଲ ଅଶୋକାରେ ୨ ରାତି ରହଣି ପାଇଁ ଅନୁରୋଧ କରିଛନ୍ତି। ଏ ବାବଦ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି। ସ୍ୱିସ୍ ଦମ୍ପତିଙ୍କୁ ପତ୍ର ଲେଖି ଆଲ୍ଫୋନ୍୍ସ କହିଛନ୍ତି - ‘ଆପଣମାନେ ଖୁବ୍ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରୁଛି। ଆପଣ ଭାରତ ଛାଡ଼ିବା ପୂର୍ବରୁ ନୂଆଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ଅଶୋକା ହୋଟେଲରେ ଦୁଇ ରାତି କଟାଇବାକୁ ଅନୁରୋଧ କରୁଛି ଏବଂ ଏ ବାବଦ ସମସ୍ତ ଖର୍ଚ୍ଚ ସରକାର ଭରଣା କରିବେ।’ ଗତ ୨୨ ତାରିଖ ଦିନ ଏହିି ଦମ୍ପତିଙ୍କ ଉପରେ ପଥର ଓ ଠେଙ୍ଗାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ସମସ୍ତ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି ।
ଆକ୍ରମଣର ଶିକାର ସ୍ୱିସ୍ ଦମ୍ପତିଙ୍କୁ ଆଲଫୋନ୍ସଙ୍କ ପ୍ରସ୍ତାବ: ଅଶୋକା ହୋଟେଲରେ ୨ ଦିନ ରହିବାକୁ ଅନୁରୋଧ
/sambad/media/post_attachments/wp-content/uploads/2017/11/ashoka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)