ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ହେବ। ଏଥିପାଇଁ ସେ ସିଙ୍ଗାପୁରରେ ଯାଇ ପହଞ୍ଚିଛନ୍ତି। ଏହି ଘଟଣାକୁ ନେଇ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ଭାବ ବିହ୍ବଳ ଟୁଇଟ କରିଛନ୍ତି। । ୭୪ବର୍ଷୀୟ ଲାଲୁ ଅନେକ ସ୍ବାସ୍ଥ୍ୟସମସ୍ୟାରେ ଜଡ଼ିତ ଅଛନ୍ତି। ଗତ ଶନିବାର ସେ କିଡନୀ ପ୍ରତିରୋପଣ ପାଇଁ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁରରେ ରହୁଥିବା ଝିଅ ରୋହିଣୀ ବାପାଙ୍କୁ ଗୋଟିଏ କିଡନୀ ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ରୋହିଣୀଙ୍କର ଏଭଳି ନିଷ୍ପତ୍ତି ଏବେ ଦେଶର ସମସ୍ତ ଝିଅମାନଙ୍କ ପାଇଁ ଆଦର୍ଶ ହେବାକୁ ଯାଉଛି ।
ଲାଲୁ ଯାଦବ ସିଙ୍ଗାପୁରରେ ପହଞ୍ଚିବା ଭିଡିଓ ସହିତ ରୋହିଣୀ ଟୁଇଟ କରିଛନ୍ତି, ‘ଖୁସିର ପ୍ରତ୍ୟେକ ମୁହୂର୍ତ୍ତ ପାଖରେ ଥାଏ, ଯେତେବେଳେ ପିତାଙ୍କ ଛାଇ ସାଙ୍ଗରେ ଥାଏ। ପ୍ରତ୍ୟେକ କଠିନ ସମୟରେ ଲଢ଼ିବା ଆମକୁ ଶିଖାଇଛନ୍ତି, ଗରିବ, ବଞ୍ଚିତ ଓ ଶୋଷିତ ସମାଜକୁ ଯିଏ ଅଧିକାର ଦେଇଛନ୍ତି।
खुशी का हर लम्हा होता है पास
पिता का साया जो होता है साथ🤞💕हर मुसीबत से लड़ना हमें है सिखाया
गरीब,वंचित,शोषित समाज को जिन्होंने अधिकार है दिलाया🙏 pic.twitter.com/TW2xZGaZip— Rohini Acharya (@RohiniAcharya2) November 27, 2022
ଭିଡିଓରେ ଲାଲୁ ଯାଦବ ସିଙ୍ଗାପୁର ବିମାନବନ୍ଦରରେ ହୁଇଲ ଚେୟାରରେ ବସିଥିବା ଦେଖିବାକୁ ମିଳୁଛି। ତାଙ୍କ ସହିତ ବଡ଼ ଝିଅ ସୀମା ଭାରତୀ ବି ରହିଥିବା ନଜରକୁ ଆସିଛନ୍ତି। ଏହି ସମୟରେ ଝିଅ ରୋହିଣୀ ବାପା ଲାଲୁଙ୍କ ପାଦସ୍ପର୍ଶ କରି ଆର୍ଶୀବାଦ ନେଉଛନ୍ତି।
ସୂଚନା ମୁତାବକ ରୋହିଣୀ ଆଚାର୍ଯ୍ୟ ପିତା ଲାଲୁ ଯାଦବଙ୍କୁ ଗୋଟିଏ କିଡନୀ ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ହେଲେ ପ୍ରଥମରୁ ଲାଲୁ ଯାଦବ ରୋହିଣୀଙ୍କର ଏହି ନିଷ୍ପତ୍ତିରେ ରାଜି ହୋଇ ନଥିଲେ। ହେଲେ ରୋହିଣୀଙ୍କ ଜିଦ ଆଗରେ ଲାଲୁ ଏବେ ହାର ମାନିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/891bb9fe-43a8-4600-8525-d0a0347573e2.jpg)