ଜୟପୁର: ରାଜ୍ୟରେ ବ୍ୟାପୁଥିବା ଦୁଷ୍କର୍ମ ଘଟଣା ସଂକ୍ରାନ୍ତରେ ରାଜସ୍ଥାନ ସରକାରଙ୍କୁ ଯୋଧପୁର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଅଲ୍ଓ୍ଵାର୍ ଠାରେ ଜଣେ ଦଳିତ ମହିଳାଙ୍କ ସହ ଗଣଦୁଷ୍କର୍ମ ଓ ନିକଟ ଅତୀତରେ ଅନ୍ୟାନ୍ୟ ବ୍ୟଭିଚାର ଘଟଣା କଥାକୁ ଅବଗତ କରାଇ ଏ ସଂକ୍ରାନ୍ତରେ ଅଧିକ ସୂଚନା ପାଇଁ ଖଣ୍ଡପୀଠ ଅଶୋକ ଗେହଲୋଟ୍ ସରକାରଙ୍କୁ କହିଛନ୍ତି।
ରାଜସ୍ଥାନ ପୁଲିସ େଓ୍ଵବ୍ସାଇଟ୍ରେ ସେୟାର୍ ହୋଇଥିବା ଡାଟା ଅନୁସାରେ ଏପ୍ରିଲ୍ ୨୦୧୯ ସୁଦ୍ଧା ସମୁଦାୟ ୧, ୫୦୯ ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଛି। ଗତବର୍ଷ ଏହି ସମୟ ବେଳକୁ ୧, ୩୧୨ଟି ଦୁଷ୍କର୍ମ ମାମଲା ରେଜିଷ୍ଟ୍ରି ହୋଇଥିଲା।
ଅଲ୍ଓ୍ଵାର୍ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଦୋଷାରୋପ ଯୋଗୁଁ ରାଜ୍ୟ ସରକାର ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲେ। ପୀଡ଼ିତାଙ୍କ ସ୍ୱାମୀ ଏପ୍ରିଲ୍ ୨୯ ତାରିଖରେ ଏଫ୍ଆଇଆର୍ ଦେବାକୁ ଥାନାକୁ ଯାଇଥିଲେ ବି ତାହା ଯାଇ ମେ ୨ ତାରିଖରେ ରେଜିଷ୍ଟ୍ରି କରାଯାଇଥିଲା। ରାଜ୍ୟରେ ସଂସଦୀୟ ନିର୍ବାଚନ ଶେଷ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ମେ ୭ ତାରିଖ ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା।
ଏ କଥାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଖଣ୍ଡନ କରିବା ସହ କହିଥିଲେ କି, ବିଳମ୍ବ ପାଇଁ ଦାୟୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।