ଜୟପୁର: ଗୁରୁବାର ରାଜସ୍ଥାନର ଅଲୱର ଜିଲ୍ଲା ପୁଲିସ ୯ଜଣ ମୁସଲିମ୍ ପୁଲିସକର୍ମୀଙ୍କୁ ଦାଢ଼ି କାଟିବାକୁ ଆଦେଶ ଦେଇଥିବା ବେଳେ ଶୁକ୍ରବାର ଆଦେଶକୁ ଫେରାଇ ନେଇଥିବା ଜଣା ପଡ଼ିଛି। ଧର୍ମ ନିରପେକ୍ଷତାମୂଳକ ପଦକ୍ଷେପ ଦର୍ଶାଇ ୯ଜଣ ପୁଲିସକର୍ମୀଙ୍କୁ ଏଭଳି ଆଦେଶ ଦିଆଯାଇଥିଲା। କିନ୍ତୁ ଖବରଟି ପ୍ରସାର ହେବା ପରେ ଶୁକ୍ରବାର ପୁଲିସ ଅଧ୍ୟୀକ୍ଷକ ଅନୀଲ ପାରିସ୍ ଦେଶମୁଖ ଦେଇଥିବା ଆଦେଶକୁ ଫେରାଇ ନେଇଥିଲେ।

Advertisment

Image result for Alwar police asks 9 Muslim cops to shave beards, withdraws order day later India TV

ପୁଲିସର କହିବା ମୁତାବକ, ପୂର୍ବରୁ ୩୨ମୁସଲିମ ପୁଲିସକର୍ମୀଙ୍କୁ ଦାଢ଼ି ରଖିବାର ଅନୁମତି ଦିଆଯାଇଥିଲା। କିନ୍ତୁ ଗୁରୁବାର ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ଦାଢ଼ି କାଟି ଦେବା ପାଇଁ ଆଦେଶ ଦେଇଥିଲେ ପୁଲିସ ଅଧ୍ୟୀକ୍ଷକ ଅନୀଲ ପାରିସ୍ ଦେଶମୁଖ। ପୁଲିସ ନିରପେକ୍ଷ ଭାବେ କାମ କରିବା ସହ ନିରପେକ୍ଷ ଦେଖାଯିବା ମଧ୍ୟ ଦରକାର ବୋଲି ପୂର୍ବରୁ ନିଜ ପ୍ରତିକ୍ରିୟାରେ କହିଥିଲେ ପୁଲିସ ଅଧ୍ୟୀକ୍ଷକ ଅନୀଲ ପାରିସ୍ ଦେଶମୁଖ। ଯାହା ପରେ ୩୨ଜଣଙ୍କ ମଧ୍ୟରୁ ସେ ୯ଜଣଙ୍କୁ ଦାଢ଼ି କାଟିବାକୁ କହିଥିଲେ। କିନ୍ତୁ ଶୁକ୍ରବାର ନିଜ ଆଦେଶକୁ ଫେରାଇ ନେଇ ଅନୀଲ ପାରିସ୍ ଦେଶମୁଖ ‌କହିଥିଲେ କି, ଏହା ଏକ ପ୍ରଶାସନିକ ଆଦେଶ ଥିଲା। କିନ୍ତୁ ପୁଲିସକର୍ମୀମାନେ ଏ ନେଇ ଆପତ୍ତି କରିବା ପରେ ଆଦେଶକୁ ଶୁକ୍ରବାର ଫେରାଇ ନିଆଗଲା।