ପୁଲିସ ଅବହେଳାରୁ ଅଲଓ୍ଵର ପୀଡ଼ିତଙ୍କ ମୃତ୍ୟୁ:କେନ୍ଦ୍ରର ରିପୋର୍ଟ ତଲବ

ଜୟପୁର : ରାଜସ୍ଥାନର ଅଲଓ୍ଵରରେ ଗତ ଶନିବାର ଜଣେ ୨୮ ବର୍ଷୀୟ ମୁସଲିମ୍‌ ଯୁବକ ଆକବର ଖାନ୍‌ଙ୍କୁ ଗାଈ ଚୋରି ଚାଲାଣ ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଥିଲା। ପୁଲିସ ଅବହେଳାରୁ ଅଲଓ୍ଵର ପୀଡ଼ିତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ପୁଲିସ ପ୍ରଥମେ ଜବତ ହୋଇଥିବା ଗାଈକୁ ଘଟଣାସ୍ଥଳ ଠାରୁ ୧୦ କିମି ଦୂର ଏକ ଗୋଶାଳାରେ ନେଇ ଛାଡ଼ିଥିଲା ଏବଂ ଏହାପରେ ଆକବରଙ୍କୁ ପାଖାପାଖି ୩ ଘଣ୍ଟା ବିଳମ୍ବରେ ନେଇ ଡାକ୍ତରଖାନାରେ ପହଞ୍ଚା ଯାଇଥିଲା। ସେତେବେଳକୁ ଆକବରଙ୍କ ମୃତ୍ୟୁ ହୋଇ ସାରିଥିଲା।
ଅନଓ୍ଵରଙ୍କୁ ବିଳମ୍ବରେ ଡାକ୍ତରଖାନା ପହଞ୍ଚାଇବା ଅଭିଯୋଗରେ ସହକାରୀ ସବ୍‌ଇନ୍ସପେକ୍ଟର ମୋହନ ସିଂହଙ୍କୁ ନିଲମ୍ବିତ କରାଯାଇଛି। ମାମଲାରେ ଜଡ଼ିତ ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ୨ ଜଣ କନେଷ୍ଟବଳଙ୍କୁ ବଦଳି କରାଯାଇଛି। ପୀଡ଼ିତଙ୍କୁ ହସ୍ପିଟାଲ୍‌ରେ ବିଳମ୍ବରେ ପହଞ୍ଚାଇଥିବା ନେଇ ସ୍ୱୀକାର କରିବା ପରେ ଏଥିପାଇଁ ଦଣ୍ଡ ଦିଅ ବୋଲି ମୋହନ କହିଥିଲେ। ଘଟଣାର ତଦନ୍ତ ପରେ ବିସ୍ତତ ରିପୋର୍ଟ ଦାଖଲ ହେବ ବୋଲି କୁହାଯାଇଛିି। ଇତି ମଧ୍ୟରେ ଗୃହ ମନ୍ତ୍ରାଳୟ ମଧ୍ୟ ବସୁନ୍ଧରା ରାଜେ ସରକାରଙ୍କଠାରୁ ସମ୍ପୃକ୍ତ ଘଟଣାର ବିସ୍ତତ ରିପୋର୍ଟ ମାଗିଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର