ନୂଆଦିଲ୍ଲୀ: ମାରିବୁ... ଗୋଡେଇ ଗୋଡେଇ ମାରିବୁ... ଘରେ ପଶି ମାରିବୁ... ପାତାଳରେ ଲୁଚିଥିଲେ ବି ଆତଙ୍କୀଙ୍କୁ ଖୋଜି ଖୋଜି ମାରିବୁ... ଯେତେବେଳେ ଯେକୌଣସି ବି ପରିସ୍ଥିତି ଆସିବ ସବୁବେଳେ ତାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଆମ ଭାରତୀୟ ଯବାନ । ଖାଲି ନିର୍ଦ୍ଦେଶକୁ ଅପେକ୍ଷା, ଇସାରା ମିଳିବା ମାତ୍ରେ ହିଁ ଉଡାଇଦେବେ ଆତଙ୍କୀର ଘର... ଆତଙ୍କବାଦର କରିଦେବେ ଅନ୍ତ । ପାକିସ୍ତାନର ଘରେ ପଶି ହିଁ ତାକୁ ପାନେ ଦେବେ...
ପହଲଗାମ୍ ହମଲାର ବଦଲା ନେବାକୁ ଭାରତବାସୀ ଚାହିଁ ରହିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପାକିସ୍ତାନ ବିରୋଧୀ ଆକ୍ସନ । ଜୋସରେ ଥିବା ଯବାନ ଶତ୍ରୁଙ୍କୁ ମାରି ସୁକୁନ୍ ପାଇବାକୁ ଅନେଇ ରହିଛନ୍ତି । କେତେବେଳେ ସରକାର ନିର୍ଦ୍ଦେଶ ଦେବେ ଆଉ ସେମାନେ ଆତଙ୍କୀଙ୍କ ଛାତି ଚିରି ରକ୍ତର ଜବାବ ରକ୍ତରେ ନେବେ ।
Always Prepared, Ever Vigilant - #IndianArmy pic.twitter.com/NIHWvWF9oM
— ADG PI - INDIAN ARMY (@adgpi) April 26, 2025
ଗତ ଦୁଇ ଦିନ ହେବ ଯବାନ ସୀମାରେ ପାକିସ୍ତାନ ସେନାଙ୍କୁ ଜବାବ ଦେଉଥିବା ବେଳେ ଜାମ୍ମୁକାଶ୍ମୀରରେ ଆତଙ୍କୀ ଲିଙ୍କରେ ଥିବା ସହଯୋଗୀଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି । କାହା ଘର ଉଡାଇ ଦେଉଛନ୍ତି ତ କାହାକୁ ବାନ୍ଧିପକାଉଛନ୍ତି ।
ଆଉ ଏତିକି ବେଳେ ସାମ୍ନାକୁ ଆସିଛି ଭାରତୀୟ ସେନାର ସୋସିଆ ମିଡିଆ ପୋଷ୍ଟ । ଯେଉଁଥିରେ ଯବାନଙ୍କ ଜୋସ୍ ଭରା ଭିଡିଓ ଛାଡି ଆମେ ସବୁବେଳ ସଜାଗ, ଆମେ ସବୁବେଳେ ପ୍ରସ୍ତୁତ ଥିବା କୁହାଯାଇଛି । ଯାହା ପହଲଗାମ ହଲମାର ବଦଲା ଖୁବଶୀଘ୍ର ନିଆଯାଇପାରେ ବୋଲି ଅନୁମାନ କରିହେଉଛି ।