ମୁମ୍ବାଇ: ଖ୍ୟାତନାମା ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ଓ ଥିଏଟର୍ ଅଭିନେତା ଆଲେକ୍ ପଦମ୍ମିଙ୍କର ୯୦ ବର୍ଷ ବୟସରେ ଶନିବାର ସକାଳେ ମୁମ୍ବାଇ ଠାରେ ପରଲୋକ ହୋଇ ଯାଇଛି।
ସର୍ଫ ପାଇଁ ଲଳିତାଜୀ, ଚେରି ବ୍ଲୋଜମ୍ ସୁ ପଲିସ୍ ପାଇଁ ଚେରି ଚାର୍ଲି, ଏମ୍ଆର୍ଏଫ୍ର ବାହୁବଳୀ, ଜଳପ୍ରପାତରେ ଲିରିଲ୍ ଗର୍ଲ, କାମସୂତ୍ର ଦମ୍ପତି, ହମାରା ବାଜାଜ୍, ଟିଭି ଗୁଇନ୍ଦା କରମ୍ଚାନ୍ଦ୍, ଫେୟାର୍ ଆଣ୍ଡ୍ ହ୍ୟାଣ୍ଡ୍ସମ୍ ବ୍ରାଣ୍ଡ୍ ଆଦି ଅନେକ ଜନପ୍ରିୟ ବିଜ୍ଞାପନ ସେ ନିର୍ମାଣ କରିଥିଲେ।
ତାଙ୍କ ମୃତ୍ୟୁ ଖବର ପାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି।
ଗୁଜରାଟର କଚ୍ଛ ଅଞ୍ଚଳରେ ପଦମ୍ସୀ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୦ଟି କୋଠାର ମାଲିକ ହେବା ସହ କାଚ ଜିନିଷ ଓ ଆସବାବ୍ପତ୍ର ବ୍ୟବସାୟ ଚଳାଉଥିବା ତାଙ୍କ ବାପା ଥିଲେ ଜଣେ ଧନୀ ବ୍ୟବସାୟୀ।
ମୁମ୍ବାଇର ସେଣ୍ଟ୍ ଜାଭିୟର୍ସ କଲେଜରୁ ପଦମସୀ ନିଜର ଶିକ୍ଷା ସମାପନ କରିଥିଲେ।
ପଦମସୀ ମଞ୍ଚରେ ଚମତ୍କାର ଅଭିନୟ କରୁଥିଲେ। ସାତ ବର୍ଷ ବୟସରେ ତାଙ୍କ ଭାଇ ବବି ପଦମସୀଙ୍କ ନିର୍ଦେଶନାରେ ଉଇଲିୟମ୍ ସେକ୍ସପିୟର୍ଙ୍କ ରଚିତ ନାଟକ ‘ମର୍ଚାଣ୍ଟ୍ ଅଫ୍ ଭେନିସ୍’ରେ ସେ ପ୍ରଥମେ ଅଭିନୟ କରିଥିଲେ। ତାଙ୍କ ନିର୍ଦେଶିତ ପ୍ରଥମ ନାଟକ ଥିଲା ‘ଦି ସ୍ରୁ’।
‘ଇଭିଟା’, ‘ଜେସସ୍ କ୍ରାଏଷ୍ଟ୍ ସୁପରଷ୍ଟାର୍’, ‘ତୁଗ୍ଲକ୍’ ଏବଂ ‘ବ୍ରୋକେନ୍ ଇମେଜ୍’ ଆଦି ବ୍ୟୟବହୁଳ ନାଟକ ସେ ନିର୍ଦେଶନା ଦେଇଥିଲେ।
ସାର୍ ରିଚାର୍ଡ ଆଟେନ୍ବରୋଙ୍କ ପ୍ରଖ୍ୟାତ ‘ଗାନ୍ଧୀ’ ଚଳଚ୍ଚିତ୍ରରେ ସେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।
ସେ ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ସେ ଠାକୁର ରତ୍ନ ସମ୍ମାନ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/alyque-padamsee.jpg)