ଜୟପୁର: ଅଲ୍ୱାର୍ ଗଣଦୁଷ୍କର୍ମ ମାମଲାରେ ଆଜି ଦଣ୍ଡାଦେଶ ହୋଇଛି। ଏକ ସ୍ବତନ୍ତ୍ର କୋର୍ଟ ଅଲ୍ୱାର ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ଏହି ଅପରାଧର ଭିଡିଓ ପ୍ରସାର କରିଥିବାରୁ ତାକୁ ୫ ବର୍ଷ ଜେଲ୍ ଦଣ୍ଡ ହୋଇଛି। ଗତବର୍ଷ ଏପ୍ରିଲ୍ରେ ଅଲ୍ୱାର୍ର ଥାନାଗାଜିରେ ଜଣେ ୧୯ ବର୍ଷୀୟା ଦଳିତ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ଆଗରେ ଗଣଦୁଷ୍କର୍ମ କରାଯାଇଥିଲା। ଉକ୍ତ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।