ଅଯୋଧ୍ୟାରେ ରାମମନ୍ଦିର ପୂର୍ବରୁ ପ୍ରତିଷ୍ଠା ହେବ ଭଗବାନ ଗଣେଶଙ୍କ ମନ୍ଦିର

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାର ରାମଘାଟରେ ଭଗବାନ ଗ‌ଣେଶଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାଏ ଓ ଅଯୋଧ୍ୟା ମେୟର ହୃଷିକେଶ ଉପାଧ୍ୟାୟ ଏଥିପାଇଁ ଭୂମି ପୂଜା କରିଛନ୍ତି।

ଏଥିସହିତ କରୋନା ମହାମାରୀ ସମୟ ପାଇଁ ସାତଦିବସୀୟ ସପ୍ତଚଣ୍ଡୀ ମହାଜଜ୍ଞର ବି ଆରମ୍ଭ କରାଯାଇଛି। ଅଯୋଧ୍ୟା ମେୟର ହୃଷିକେଶ ଉପାଧ୍ୟାୟ କହିଛନ୍ତି, ସାତଦିବସୀୟ ସପ୍ତଚଣ୍ଡୀ ମହାଜଜ୍ଞ କରାଯାଇ ଦେଶରେ ଚାଲୁଥିବା ମହାମାରୀ କରୋନାକୁ ସମାପ୍ତି କରିବାକୁ ପ୍ରାର୍ଥନା କରାଯାଇଛି। ଏଥିସହିତ ଭଗବାନ ଗଣେଶଙ୍କ ନିକଟରେ ଅଯୋଧ୍ୟାକୁ ଆସିବାକୁ ଥିବା ସମସ୍ତ ବାଧାବିଘ୍ନକୁ ହଟାଇବାକୁ ସାହା ହେବେ ବୋଲି ପ୍ରାର୍ଥନା କରାଯାଇଛି।

ତେବେ ରାମମନ୍ଦିର ସହିତ ଗଣେଶ ଭଗବାନଙ୍କ ମନ୍ଦିରର ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଅଯୋଧ୍ୟାର ରାମଘାଟସ୍ଥିତ ସ୍ଥାନ ଚୟନ କରାଯାଇଛି। ମନ୍ଦିରରେ ସ୍ଥାପିତ ହେବାକୁ ଥିବା ଭଗବାନ ଗଣେଶଙ୍କ ମୂର୍ତ୍ତିଙ୍କ ମୁଖ ରାମମନ୍ଦିର ଆଡକୁ ରହିବ। ଏହାର ନିର୍ମାଣରେ ବାସ୍ତୁଶାସ୍ତ୍ର ଉପରେ ବି ବିଶେଷ ଧ୍ୟାନ ରଖାଯାଇଛି।

ତେବେ ମହାମାରୀ ପ୍ରକୋପ କମିବା ପରେ ଗଣେଶ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ନିର୍ଦ୍ଧାରିତ ସମୟରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ସେପ୍ଟମ୍ବର ଶେଷ ବେଳକୁ ରାମ ମନ୍ଦିର ଫାଉଣ୍ଡେସନ ପାଇଁ ଖୋଳାଯାଇଥିବା ୧.୨୫ ଲକ୍ଷ ଘନ ମିଟର ସ୍ଥାନରେ ରାମ ମନ୍ଦିର ନିର୍ମାଣ ସମିତି ପକ୍ଷରୁ ଫିଲିଂ କାର୍ଯ୍ୟ ଚାଲିଛି। ଏହି ଫିଲିଂ ପ୍ରକ୍ରିୟାରେ ୩୦୦ ମିଲିମିଟର ସାନ୍ଦ୍ରତାରେ ୪୪ଟି ସ୍ତର ରହିବ। ସମସ୍ତ ସ୍ତରକୁ ଭାଇବ୍ରେଟିଂ ରୋଲର ମାଧ୍ୟମରେ ସମାନ କରାଯିବ ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ କହିଛନ୍ତି।

ସମ୍ବନ୍ଧିତ ଖବର