ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଦେଶରେ ଅପପ୍ରଚାର ଚଳାଇବା ସହ ସାଧାରଣ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସିଏଏକୁ ନେଇ ଦେଶରେ ଦଙ୍ଗା ସୃଷ୍ଟି କରିବା ଗ୍ରହଣୀୟ ନୁହେଁ। ଦଙ୍ଗା ସୃଷ୍ଟିକାରୀ ‘ଟୁକ୍ଡେ ଟୁକ୍ଡେ ଗ୍ୟାଙ୍ଗ୍’କୁ ଉପଯୁକ୍ତ ଶିକ୍ଷା ଦେବାର ସମୟ ଆସିଛି ବୋଲି ଶାହ ବିରୋଧୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ନାଗରିକତା ସଂଶୋଧନ ବିଲ୍ ସଂସଦରେ ଆଗତ ହେବା ସମୟରେ ବିରୋଧୀମାନେ ପାଟି ଖୋଲି ନଥିଲେ। ସଂସଦରେ ଏହା ଆଗତ ହୋଇ ଆଇନ୍ରେ ପରିଣତ ହୋଇଯିବା ପରେ ବିରୋଧୀମାନେ ଏବେ ସଂସଦରୁ ବାହାରକୁ ଆସି ଏହାର ବିରୋଧ କରୁଛନ୍ତି ଏବଂ ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। କଂଗ୍ରେସ ଦ୍ବାରା ପରିଚାଳିତ ଏଭଳି ଟୁକ୍ଡେ ଟୁକ୍ଡେ ଗ୍ୟାଙ୍ଗ୍କୁ କଠିନ ଶାସ୍ତି ଦେବାର ସମୟ ଆସିଛି ବୋଲି ଶାହ କହିଛନ୍ତି। କଂଗ୍ରେସ, ଆପ୍ ସମେତ ଅର୍ବାନ୍ ନକ୍ସଲମାନେ ସିଏଏକୁ ନେଇ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଆଗକୁ ଦିଲ୍ଲୀ ନିର୍ବାଚନ ଥିବାରୁ ଶାହ ଦିଲ୍ଲୀର ଏକ ରୢାଲିରେ ଯୋଗ ଦେଇ ବିରୋଧୀ କଂଗ୍ରେସ ସମେତ ଆମ୍ ଆଦ୍ମି ପାର୍ଟିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଦିଲ୍ଲୀର ବିକାଶମୂଳକ କାର୍ଯ୍ୟ କରିବାରେ ଅରବିନ୍ଦ କେଜ୍ରିୱାଲ୍ ବିଫଳ ହୋଇଛନ୍ତି ଏବଂ କଂଗ୍ରେସ ଭଳି ଲୋକଙ୍କୁ କେବଳ ପ୍ରତାରଣା କରିଚାଲିଛନ୍ତି ବୋଲି ଶାହ କହିଛନ୍ତି।
ଟୁକ୍ଡେ ଟୁକ୍ଡେ ଗ୍ୟାଙ୍ଗ୍କୁ ଶିକ୍ଷା ଦେବାର ସମୟ ଆସିଛି: ଶାହ
/sambad/media/post_attachments/wp-content/uploads/2019/06/amit-saha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)