୮ଘଣ୍ଟା ପଚରାଉଚରା ପରେ ଗିରଫ ହେଲେ ଆପ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଦୁର୍ନୀତି ନିବାରଣ ଶାଖା (ଏସିବି) ପାଖାପାଖି ଆଠ ଘଣ୍ଟା ପଚରାଉଚରା ପରେ ଆମ୍ ଆଦମୀ ପାର୍ଟି (ଆପ) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଆଜି ଦିଲ୍ଲୀ ୱାକଫ ବୋର୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଅମାନତୁଲ୍ଲାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା | ଏହି ଚଢ଼ାଉ ସମୟରେ ଏସିବି ଅନେକ ଆପତ୍ତିଜନକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି | ଅମାନତୁଲ୍ଲାଙ୍କ ନାମରେ ୭/୧୩ ପିସି ଆକ୍ଟ ୧୯୮୮ (ସଂଶୋଧିତ ୨୦୧୮), ଧାରା ୪୦୯ ଏବଂ ୧୨୦ବି ଆଇପିସି ରୁଜୁ କରାଯାଇଛି |

ଏସିବି ଅଧିକାରୀ କହିଛନ୍ତି ଯେ ଆଜିର ଚଢ଼ାଉ ସମୟରେ ଆପତ୍ତିଜନକ ଦସ୍ତାବିଜ ସହିତ ୧୨ ଲକ୍ଷ ଟଙ୍କା ଏବଂ ଲାଇସେନ୍ସ ନଥିବା ବନ୍ଧୁକ ଜବତ କରିଛି। ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତିରେ ହୋଇଥିବା ଅନିୟମିତତାକୁ ଏସିବି ଯାଞ୍ଚ କରୁଛି। ଦୁଇ ବର୍ଷ ପୁରୁଣା ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଏସିବି ଗୁରୁବାର ଖାନଙ୍କୁ ନୋଟିସ ଜାରି କରିଥିଲା।

ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ୨୦୨୦ ରେ ପଞ୍ଜୀକୃତ ହୋଇଥିବା ଏକ ମାମଲାକୁ ନେଇ ଶୁକ୍ରବାର ମଧ୍ୟାହ୍ନ ୧୨ ଟାରେ ପଚରାଉଚରା ପାଇଁ ଓଖଲା ଅଞ୍ଚଳର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଡକାଯାଇଥିଲା। ଆଉ ପାଖାପାଖି ୮ ଘଣ୍ଟାର ପଚରାଉଚୁରା ପରେ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର